pakka

ସମ୍ମାନିତ ହେଲେ ୱିନର ବ୍ରାଇଟ୍ ଫ୍ୟୁଚର୍‌ର ଅଧ୍ୟକ୍ଷା ଶ୍ରୀମତୀ ଅପାଳି ଅପରାଜିତା ଦାସ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉନ୍ନତମାନର ଶିକ୍ଷା, ସ୍ୱଚ୍ଛ ଓ ସ୍ଵତନ୍ତ୍ର ଶିକ୍ଷା ଉପଯୋଗୀ ପରିବେଶ, ଛାତ୍ରଛାତ୍ରୀଙ୍କ ପ୍ରତି ସହନଶୀଳତା ପାଇଁ ପଦ୍ମପୁର ସ୍ଥିତ ୱିନର ବ୍ରାଇଟ୍ ଫ୍ୟୁଚର୍‌କୁ ୨୦୨୨ ଶିକ୍ଷା ବର୍ଷ ପାଇଁ ଶ୍ରେଷ୍ଠ ସ୍କୁଲ ଏବଂ ଏଏଏପ୍ଲସ ମାନ୍ୟତା ପ୍ରଦାନ କରାଯାଇଛି । ଗ୍ଲୋବୱେଲ ଫାଉଣ୍ଡେସନ୍‌ର ଓଡ଼ିଶା ମୁଖ୍ୟ ଦେବବ୍ରତ ମିଶ୍ରଙ୍କ ଦ୍ଵାରା ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅପାଳି ଅପରାଜିତା ଦାସଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ବିଦ୍ୟାଳୟର ସଫଳତା ପଛରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗ ରହିଛି ବୋଲି ଶ୍ରୀମତୀ ଦାସ କହିଛନ୍ତି ।

Leave A Reply

Your email address will not be published.

seventeen − thirteen =