pakka

କୋଚ ଶିବପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

bbehera
  • ତୃତୀୟ ଦିନରେ ଅମାମୁଣ୍ଡାକୁ ହରାଇ ଖଲିଆପାଲି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲି ଓ ସ୍ପୋର୍ଷ୍ଟ ହଷ୍ଟେଲ ବଲାଙ୍ଗିର ମିଳିତ ଆନୁକୂଲ୍ୟରେ ତୃତୀୟ ବର୍ଷ କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଚେୟାରମ୍ୟାନ ସଦର ବ୍ଲକ ବଲାଙ୍ଗିର ଗୋଲାପ ବାଗ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗାମାନୁଏଲ ନାଗ ଯୁଗ୍ମ ସଂପାଦକ ସିସିଏଫ୍‌ଏ ବଲାଙ୍ଗିର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ନିଶାକାନ୍ତ ନାଗ ମଞ୍ଚାସୀନ ଥିଲେ । କମିଟି ସଂପାଦକ ଅଭିମନ୍ୟୁ ପାଣ୍ଡେଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଖେଳରେ କମିଟି ସଭାପତି ନାରାୟଣ ବିଶ୍ୱାଲ ଅଧ୍ୟକ୍ଷତା କରିଥିଲେ । ଆଜିର ୩ୟ ଦିନ ଖେଳରେ ଖଲିଆପାଲି ୨-୦ ଗୋଲରେ ଅମାମୁଣ୍ଡାକୁ ହରାଇ ବିଜୟୀ ହୋଇଥିଲେ । ଖେଳକୁ ସୁଧାଂଶୁ ସେଠ, ବିଜୟ କୁମାର ରଣା, ଦେବାଶିଷ ବାଗ ଏବଂ ସଂଜୟ କୁମାର ମହାରଣା ପରିଚାଳନା କରିଥିଲେ । କମିଟିର ବିଶ୍ୱନାଥ ସୁନା, ଜନାର୍ଦ୍ଦନ ପାଣ୍ଡେ, କହ୍ନାଇ ଗଡତିଆ, ପ୍ରଶାନ୍ତ ପଧାନ, ସୂର୍ଯ୍ୟମଣୀ ସୁନା, ସଚ୍ଚିଦାନନ୍ଦ ଭୁକ୍ତା, ସିଙ୍କୁ ପଧାନ, ସୁକଦେବା ସାହୁ, ଚିତ୍ତ ବିଶ୍ୱାଲ ଏବଂ ମନ ବିଶ୍ୱାଲ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

seventeen − six =