pakka

ଧୁମାମରାଠାରେ ସଡ଼କ ଦୁର୍ଘଟଣା, ୨ ଗୁରୁତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଧୁମାମରାଠାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଠାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରୁତର ୨ ଜଣ ବ୍ୟକ୍ତି ହେଲେ ସଦର ବ୍ଲକ ଚେରୁପାଲି ଗ୍ରାମର ଗୁଣନିଧି ଖଡ଼ିଆ ଓ ଦେବାଶିଷ ବାଗ ବୋଲି ଜଣାପଡିଛି । ସୂଚନା ଅନୁସାରେ, ପାଟଣାଗଡ଼ ପଟୁ ୨ ଜଣ ଦେବାଶିଷ ଓ ଗୁଣନିଧି ଏକ ଏଫ୍‌ଜେଡଏସ ବାଇକ ଯୋଗେ ଆସୁଥିବା ସମୟରେ ଧୁମାମରା ଠାରେ ରାସ୍ତା କଡ଼ରେ ଥିବା ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲେ । ଫଳରେ ଦୁହେଁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର ହୋଇ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

four × 2 =