pakka

ଭାରତ ଇତିହାସରେ ଶହୀଦ ମାଧୋ ସିଂ ଓ ପରିବାର ବର୍ଗଙ୍କର ବଳିଦାନର ଦୃଷ୍ଟାନ୍ତ ବିରଳ : ପ୍ରଫେସର ଡ. ସୁଜିତ୍ ପୃଷେଠ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ଇତିହାସରେ ଶହୀଦ ମାଧୋ ସିଂ ଓ ପରିବାର ବର୍ଗଙ୍କର ବଳିଦାନର ଦୃଷ୍ଟାନ୍ତ ବିରଳ” ଓ ଆଗାମୀ ପିଢିକୁ ଏହା ଦେଶପ୍ରେମରେ ଉଦ୍‌ବୁଦ୍ଧ କରୁଥିବ ବୋଲି କହିଛନ୍ତି ପ୍ରଫେସର ଡ. ସୁଜିତ୍ ପୃଷେଠ । ଆଜି ସ୍ଥାନୀୟ ବୀର ଛକରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ବରଗଡ଼ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶଙ୍କ ସଂଯୋଜନା କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରଫେସର ଡ. ପୃଷେଠ କହିଥିଲେ ଯେ ବୀର ସୁରେନ୍ଦ୍ର ସାଏଙ୍କ ସହ ମାଧୋ ସିଂ ଓ ତାଙ୍କ ପୁତ୍ର ମାନଙ୍କ ସଶସ୍ତ୍ର ସ୍ଵାଧୀନତା ସଂଗ୍ରାମ ସର୍ବ ପୁରାତନ ହୋଇଥିବା ବେଳେ ତାହା ଇତିହାସରେ ସଠିକ୍ ରୂପେ ବର୍ଣ୍ଣନା କରାଯାଇନାହିଁ । ଏମାନଙ୍କ ଉପରେ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବା ଦରକାର । ମୁଖ୍ୟ ଅତିଥି ଭାବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗଦେଇ ଶହୀଦ ମାଧୋ ସିଂ ବରଗଡ଼ ମାଟିର ଯୁବପିଢିମାନଙ୍କ ପାଇଁ ପ୍ରେରଣା ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିବା ସହ ତାଙ୍କ ଓ ତାଙ୍କ ପୁତ୍ରମାନଙ୍କର ବଳିଦାନ ସବୁଦିନ ପାଇଁ ତାଙ୍କୁ ସ୍ମରଣୀୟ କରି ରହିଥିବ । ସଭାରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତିର ସଭାପତି, ପ୍ରମୋଦ ଝାଙ୍କର, ଉପସଭାପତି, ରବି ନାରାୟଣ ପଣ୍ଡା, ଶହୀଦ ସଞ୍ଜୟ ବାଗଙ୍କ ବାପା ଋଷି ବାଗ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ସଭା ପୂର୍ବରୁ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିଗଣ ଘେଁସ ମାଟିର ବୀର ଶହୀଦ ମାଧୋ ସିଂ, ଐରୀ ସିଂ, ବୈରୀ ସିଂ, ହଟେ ସିଂ ଓ କୁଞ୍ଜେଲ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ବୀର ଛକଠାରେ ଥିବା ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ତରଫରୁ ସ୍ଥାନୀୟ ଗାନ୍ଧୀ ଛକଠାରେ ଥିବା ମହାତ୍ମାଗାନ୍ଧୀ, ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଗାନ୍ଧୀ ଛକ ଠାରୁ ବୀର ଛକ ପର୍ଯ୍ୟନ୍ତ ଏକ ଗଣଦୌଡର ଆୟୋଜନ ହୋଇଥିଲା । ଏହି ଗଣଦୌଡକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ସ୍ମିତ ପି. ପରମାର, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ନାରାୟଣ ଦଣ୍ଡସେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପାଣ୍ଡବ କର୍ଣ୍ଣ ମାଧୋ ସିଂଙ୍କ ବେଶ ଧାରଣ କରିଥିବା ବେଳେ ଶହୀଦ ସ୍ମୃତି କମିଟିର ଅନ୍ୟାନ୍ୟ ସଦସ୍ୟ ଐରୀ ସିଂ, ବୈରୀ ସିଂ, ହଟେ ସିଂ ଓ କୁଞ୍ଜେଲ ସିଂଙ୍କ ବେଶ ଧାରଣ କରି ବୀର ଶହୀଦମାନଙ୍କୁ ଅନନ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × three =