pakka

କଳାହାଣ୍ଡିର ଡାକ୍ତର ଲୋକନାଥ ସାହୁ ବେଷ୍ଟ ମେଡିକାଲ ଅଫିସର ଭାବରେ ସମ୍ମାନିତ

bbehera

ମ.ରାମପୁର, (ହେମନ୍ତ ସାହୁ) : ଭାରତୀୟ ଡାକ୍ତରୀ ସଙ୍ଘ, ଓଡ଼ିଶା ଡାକ୍ତରୀ ସଙ୍ଘ ତଥା ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଆୟୋଜିତ ୟୁଥ୍ ହେଲ୍‌ଥ ଆଇକନ-୨୦୨୨ ଅବସରରେ ମ.ରାମପୁର ବ୍ଲକ ତୁଜୁଙ୍ଗ ଗ୍ରାମର ଡାକ୍ତର ଲୋକନାଥ ସାହୁ ବେଷ୍ଟ ଇନସ୍ପିରିଟନାଲ ମେଡିକାଲ ଅଫିସର ଭାବରେ ସମ୍ମାନିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ପ୍ରମୋଦ ଭଗତ (ଗୋଲ୍ଡ ମେଡାଲିଷ୍ଟ) ଏବଂ ସଭାପତି ଡାକ୍ତର ବ୍ରଜ ଦାସ (ଅଧ୍ୟକ୍ଷ, ଡିଏମଇଟି) ମାନପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ । ଡାକ୍ତର ଲୋକନାଥ ସାହୁ କଳାହାଣ୍ଡିର ପ୍ରଥମ ଡାକ୍ତର ଭାବେ ଏହି ସମ୍ମାନ ହାସଲ କରିଛନ୍ତି ତଥା ଚଳିତ ବର୍ଷ ସାରା ପଶ୍ଚିମ ଓଡ଼ିଶାରୁ ସେ ହିଁ ଜଣେ ଏକମାତ୍ର ଡାକ୍ତର ଭାବେ ନିମନ୍ତ୍ରଣ ତଥା ସମ୍ମାନ ପାଇଛନ୍ତି । ତୁଜୁଙ୍ଗ ଗ୍ରାମର ବିଫଲ ସାହୁ ଓ ବିମଲା ସାହୁଙ୍କ ସୁପୁତ୍ର ଡାକ୍ତର ଲୋକନାଥ ସାହୁ ଦେଢ଼ ବର୍ଷ କାଳ ଜଙ୍ଗଲ ଓ ମାଓ ଇଲାକା ଭାବେ ପରିଚିତ ଲଙ୍କାଗଡ଼ ପିଏଚସିରେ କାମ କରି ଏହି କୃତିତ୍ୱ ହାସଲ କରିଛନ୍ତି । ଏ ଖବର ଜାଣିବା ପରେ ସାରା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

jay balangir
Leave A Reply

Your email address will not be published.

10 − ten =