jsm

ଆଜି ଏକନାଥ ସିନ୍ଦେଙ୍କ ଅଗ୍ନି ପରୀକ୍ଷା, ଫ୍ଲୋର୍‌ ଟେଷ୍ଟର ସମ୍ମୁଖୀନ ହେବ ନୂଆ ସରକାର

csstore

ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାର ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେବେ । ଏକନାଥ ସିନ୍ଦେ ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ । ଶାସକ ଦଳ ଦାବୀ କରିଛି ଯେ, ଏଥିରେ ୧୭୦ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏଥି ସହିତ ବିଧାନସଭାରେ ଫ୍ଲୋର ପରୀକ୍ଷା ପରେ ଆଜି ସନ୍ଧ୍ୟାରେ ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସଙ୍କ ବାସଭବନରେ ବିଜେପି କୋର କମିଟିର ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କ୍ୟାବିନେଟ ଗଠନ ଉପରେ ବିଚାର କରାଯିବ । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ଯୋଗଦେବେ ।

ଅନ୍ୟପକ୍ଷରେ, ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ସରକାରଙ୍କ ସଂଖ୍ୟାଗରିଷ୍ଠତା ପରୀକ୍ଷଣର ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେ ଦଳକୁ ଏକ ବଡ଼ ଝଟକା ଦେଇ ମହାରାଷ୍ଟ୍ର ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ରବିବାର ରାତିରେ ଶିବସେନା ବିଧାୟକ ଅଜୟ ଚୌଧରୀଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦେଇଛନ୍ତି ।

yuvodaya
Leave A Reply

Your email address will not be published.