pakka

ଇମ୍ରାନ ଖାନ ଡ୍ରଗ୍ସଏଡ଼ିକ୍ଟ, ବିନା କୋକିନ୍‌ରେ ସେ ୨ ଘଣ୍ଟା ମଧ୍ୟ ବଞ୍ଚିପାରିବେ ନାହିଁ : ପାକ୍‌ ମନ୍ତ୍ରୀଙ୍କ ବଡ଼ ବିବୃତ୍ତି

ଇସ୍‌ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମସ୍ୟା ହ୍ରାସ ପାଉନାହିଁ, ବରଂ ବଢ଼ି ବଢ଼ି ଚାଲିଛି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି । ଏହି ପର୍ଯ୍ୟାୟରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗୃହମନ୍ତ୍ରୀ ଅତା ତରାଡ଼ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଇମ୍ରାନ ଖାନ ଆରମ୍ଭରୁ ନିଶା ସେବନ କରିଆସୁଛନ୍ତି । ସେ ଆହୁରି କହିଛନ୍ତି ଯେ, ଇମ୍ରାନଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ବାନିଗାଲାକୁ ଡ୍ରଗ୍ସ କିଏ ପହଂଚାଏ, ସରକାର ତାହା ଜାଣନ୍ତି । ଇମ୍ରାନ ଖାନ ଏତେ ଡ୍ରଗ୍ସଏଡ଼ିକ୍ଟ ଯେ ବିନା କୋକିନ୍‌ରେ ସେ ୨ ଘଣ୍ଟା ମଧ୍ୟ ବଞ୍ଚିପାରିବେ ନାହିଁ ।

ଉଲ୍ଲେଖ ଥାଉକି, ଇମ୍ରାନ ଖାନଙ୍କ ବିରୋଧରେ ଏଭଳି ଅଭିଯୋଗ ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ୨୦୨୦ ମସିହାରେ ଇମ୍ରାନଙ୍କ ଘନିଷ୍ଠ ବନ୍ଧୁ ତଥା ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସରଫରାଜ ନୱାଜ ଖୋଲାଖୋଲି ଭାବେ ଟିଭିରେ ଅଭିଯୋଗ କରିଥିଲେ । କେବଳ ଏତିକି ନୁହେଁ, ପରେ ଇମ୍ରାନଙ୍କ ଛାଡପତ୍ର ହୋଇଥିବା ଦ୍ୱିତୀୟ ପତ୍ନୀ ରେହମ ନିଜେ ମଧ୍ୟ ଇମ୍ରାନ ଖାନଙ୍କୁ ଡ୍ରଗ୍ସଏଡ଼ିକ୍ଟ ବୋଲି ଅଭିଯୋଗ କରିଥିଲେ ।

Leave A Reply

Your email address will not be published.

19 + 13 =