pakka

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ସମିତିସଭ୍ୟା

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ ପଞ୍ଚାୟତ ସମିତିସଭ୍ୟା ନିରୁପମା ମଙ୍ଗରାଜ ଗତ ଶୁକ୍ରବାର ଦିନ ସାଲେବିଡି ଗ୍ରାମକୁ ପହଞ୍ଚି ଘରଘର ବୁଲି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ । ନିର୍ବାଚନ ସମୟରେ ଘରକୁ ଘର ଭୋଟ ଭିକ୍ଷା ପାଇଁ ବୁଲି ଭୋଟରଙ୍କୁ ବିଭିନ୍ନ ପ୍ରତିଶୃତି ଦେଇଥିଲେ । ସେହି ପ୍ରତିଶୃତିକୁ ରକ୍ଷା କରିବା ପାଇଁ ଶ୍ରୀମତି ମଙ୍ଗରାଜ ହାତରେ ଡାଏରୀ ଓ କଲମ ଧରି ସାଲେବିଡି ଗ୍ରାମରେ ଘରଘର ବୁଲି ଲୋକଙ୍କ ସମସ୍ୟା ଉପରେ ପଚାରି ବୁଝିଛନ୍ତି । ଆଗକୁ ଉକ୍ତ ପଞ୍ଚାୟତର ସମସ୍ତ ଗାଁକୁ ବୁଲି ଲୋକଙ୍କ ସମସ୍ୟା ବୁଝି ସିନାପାଲି ବିଡିଓଙ୍କୁ ସେହି ସମସ୍ୟା ଉପରେ ଜଣାଇବି ଏବଂ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ଶ୍ରୀମତି ମଙ୍ଗରାଜ କହିଛନ୍ତି । ଶ୍ରୀମତି ମଙ୍ଗରାଜଙ୍କ ଏମିତି କାର୍ଯ୍ୟ ଦେଖି ଗାଁ ଗାଁରେ ପ୍ରସଂଶାର ସୁଅ ଛୁଟୁଛି ।

jay balangir
Leave A Reply

Your email address will not be published.

one × 2 =