csstore

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ପଞ୍ଚାୟତ ସଦର ଗ୍ରାମର ଶୋଭା ଭୋଇ (୫୦) ନାମକ ବ୍ୟକ୍ତିଙ୍କ ବିଷ ପିଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଜି ସକାଲ ୧୦ଟାରେ ଶ୍ରୀ ଭୋଇ ଅତ୍ୟଧିକ ମଦ୍ୟ ପାନ କରିଥିବା ବେଳେ ପରିବାରର ଅଶାନ୍ତି ମନେକରି ହଟାତ୍ ନିଜ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ଉଦ୍ୟମ କରିଥିଲେ । ପରେ ପରିବାର ଲୋକେ ତୁରନ୍ତ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ନୂଆପଡା ଜିଲ୍ଲା ଚିକିତ୍ସାଳୟକୁ ସ୍ତାନାନ୍ତରୀତ କରିଥିଲେ । ଜିଲ୍ଲା ଚିକିତ୍ସାଳୟକୁ ପରିବାର ଲୋକେ ଚିକିତ୍ସା ପାଇଁ ନେବା ବେଳେ ବିନପୁର ଗାଁ ପାଖରେ ଶ୍ରୀ ଭୋଇଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଥିବାରୁ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ବୋଡେନ ଥାନାରେ ପରିବାର ଲୋକେ ଜଣାଇବା ପରେ ସେଠାରୁ ସିନାପାଲି ଥାନାକୁ ଖବର କରାଯାଇଥିଲା । ସିନାପାଲି ଥାନା ଏଏସ୍‌ଆଇ କେଶବ ମାଝି ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚି ତଦନ୍ତ କରିଥିବା ବେଳେ ଶବକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା । ଏନେଇ ସିନାପାଲି ଥାନାରେ କେସ ନମ୍ୱର ୬/୨୦୨୨ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.