pakka

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ସରକାରୀ ସହାୟତା ପାଇଁ ମା’ଙ୍କ ଆକୁଳ ନିବେଦନ

bbehera

ନୂଆପଡା, (ନିରାକାର ମେହେର) : ସରକାର ଗରୀବ ନିରିହ ଲୋକଙ୍କ ପାଇଁ ଅନେକ ଯୋଜନା ଉପରେ ଯୋଜନା କରିଆସୁଛନ୍ତି । ଖାଉଟିରୁ ଆରମ୍ଭ କରି ଚିକିତ୍ସାର ଯୋଜନା ମଧ୍ୟ କରିଛନ୍ତି । ହେଲେ ପ୍ରସାଶନର କୋଉଠି ନା କୋଉଠି ଭୁଲ ରହୁଥିବା ଯୋଗୁ ଆଜିବି ଗରିବ ନିରିହ ଲୋକମାନେ ସରକାରୀ ସୁବିଧାରୁ ବଞ୍ଚିତ ରହୁଛନ୍ତି । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖଇରପଦର ଗ୍ରାମ ପଞ୍ଚାୟତ ସଦର ଗ୍ରାମ ମାଝିପଡାରେ ଜଗଦୀଶ ମାଝି ବସବାସ କରୁଛନ୍ତି । ହେଲେ ଆଜିବି ଏହି ପରିବାର ଉପରେ ସରକାରୀ ବାବୁମାନଙ୍କ ଦୁଷ୍ଟି ପଡୁନଥିବା ପରିବାର ଲୋକେ କହୁଛନ୍ତି । ପରିବାର କହିଲେ ଜଗଦୀଶ ମାଝି (୩୫) ସ୍ତ୍ରୀ ବିଲାସ ମାଝି(୩୨) ଓ ଗୋଟିଏ ପୁଅ ଉଧବ ମାଝି(୩) ରହୁଛନ୍ତି । ହେଲେ ପୁଅ ଜନ୍ମରୁ ଦିବ୍ୟାଙ୍ଗ ଅଟନ୍ତି । ଆଖି ଦେଖି ପାରୁନଥିବା ବେଳେ ଶୁଣିବା, କଥାହେବା, କିମ୍ବା ଚଲାବୁଲା ମଧ୍ୟ କରିପାରୁ ନାହାଁନ୍ତି । ସେହି ପରି ବିଲାସ ମଧ୍ୟ ଏକ ଅଜଣା ରୋଗରେ ପଡିତ ହୋଇ ରହିଛନ୍ତି । ଦେହର ସବୁ ଅଙ୍ଗପ୍ରତ୍ୟଙ୍ଗରେ ଫୁଲାଫୁଲା ହୋଇ ଫୁଲିଛି । ହେଲେ ପରିବାର ଚଲିବା ପାଇଁ ଯେତିକି କଷ୍ଟ ହେଉଛି ସେମିତିରେ ମା’ ଓ ପୁଅଙ୍କ ଚିକିତ୍ସା କରିବାକୁ ଜଗଦୀଶର ସାହାସ ନାହିଁ । ଜଗଦୀଶ ଯେତେବେଳେ କୁଲିମଜୁରୀ କରି ଦିପଇସା ଆଣନ୍ତି ସେତେବେଳେ ଘରେ ଚୁଲି ଜଳୁଛି । ଆଜିକୁ ୫ମାସ ହେଲା ପରିବାରର ଭରଣପୋଷଣ କରିବାକୁ ଜଗଦୀଶ ଆନ୍ଦ୍ରା ଯାଇ ସେଠାରେ କୁଲିମଜୁରୀ କରି ଦିପଇସା ପଠାଇଲେ ଏପଟେ ଚୁଲି ଜଲୁଛି । ନହେଲେ ଭୋକ ଉପାସରେ ରାତି କଟୁଛି । ସରକାରୀ ସୁବିଧା କହିଲେ କେବଳ ଅନ୍ତୋର୍ଦୟ କାର୍ଡ ରହିଥିବାରୁ କେବଳ ଚାଉଳ ମିଳୁଛି । ଏହି ପରିବାର ଜମିହୀନ ହୋଇଥିବା ବେଳେ ଭଙ୍ଗାଦଦରା ଏକ କୁଡିଆ ଘରେ ରହୁଛନ୍ତି । ଆଜି ପର୍ଯ୍ୟନ୍ତ ଘର ଖଣ୍ତିଏ ମିଳିନାହିଁ । ସେହିପରି ଦିବ୍ୟାଙ୍ଗ ଭତ୍ତା ମଧ୍ୟ ମିଳିନାହିଁ । ବର୍ତ୍ତମାନ ସେହି ଭଙ୍ଗାଦଦରା ଘରେ ଡରିଡରି ମା’ ପୁଅ ରହୁଛନ୍ତି । ଫଳରେ ମା’ ବିଲାସ ପୁଅର ଚିକିତ୍ସା ଓ ନିଜ ଚିକିତ୍ସା ସମେତ ପକ୍କା ଘର ଖଣ୍ତିଏ ଓ ଭତ୍ତା ପାଇଁ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ସହାୟତା କରିବାକୁ ନିବେଦନ କରୁଛନ୍ତି । ଏନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେଇ ତୁରନ୍ତ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

20 + eighteen =