csstore

ସୁବର୍ଣ୍ଣପୁରଠାରେ ବିଶ୍ୱ ରେଡକ୍ରସ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସ ଶାଖା ତରଫରୁ ଆଜି ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସମାଜସେବୀ ଗୌରୀଶ୍ୟାମ ପଣ୍ଡା, ରେଡକ୍ରସ କର୍ମୀ ସତ୍ୟ ନାରାୟଣ ହୋତା ପ୍ରମୁଖ ଯୋଗଦେଇ ଭାରତୀୟ ରେଡକ୍ରସ ସୋସାଇଟିର ଜନସେବା ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରହିଥିବା ଯୋଗଦାନ ଉପରେ ଆଲୋକପାତ କରିଥିବା ବେଳେ ରେଡକ୍ରସ କର୍ମୀଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ନେଇ ଆଲୋଚନା କରିଥିଲେ । ଜିଲ୍ଲା ରେଡକ୍ରସ ଶାଖାର ସଂଯୋଜକ ଉମାକାନ୍ତ ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିଥିମାନେ ରେଡକ୍ରସର ପ୍ରତିଷ୍ଠାତା ଜେନ୍ ହନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ମାନବ ସେବା ହିଁ ଈଶ୍ବର ପୂଜା ମନ୍ତ୍ରକୁ ନେଇ ସଂକଳ୍ପ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ସଚେତନତା ରାଲି ଏବଂ ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.