pakka

ବିଜେଡ଼ିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ

bbehera

ସଇଁତଲ, (ପ୍ରମୋଦ ସେଲମା) : ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ । ଗତକାଲି ସନ୍ଧ୍ୟାରେ ସେ କଂଗ୍ରେସ ଛାଡିଥିବା ବେଳେ ଶୁକ୍ରବାର ଭୁବନେଶ୍ୱରର ଶଙ୍ଖ ଭବନକୁ ଯାଇ ବିଜେଡ଼ିରେ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ସଭାରେ ରାଜ୍ୟସଭା ସାଂସଦ ସମ୍ବିତ ପାତ୍ର, ମନ୍ତ୍ରୀ ଟୁକୁନୀ ସାହୁ, ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ସହ ବିଜେଡ଼ିର ବହୁ ବିଶିଷ୍ଟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଶ୍ରୀ ସିଂ ଭୋଇ ନିଜ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ଶଙ୍ଖ ଭବନରେ ପହଂଚିଥିଲେ । ସେଠାରେ ସେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସୁରେନ୍ଦ୍ର ସିଂ ଭୋଇ ଦୀର୍ଘ ୩୮ ବର୍ଷ ଧରି କଂଗ୍ରେସର ବିଭିନ୍ନ ପଦପଦବୀରେ ରହି ଆସିଥିଲେ । ବିଧାୟକ, ମନ୍ତ୍ରୀ ଓ ଜିଲ୍ଲା ସଭାପତି ଭାବରେ ତାଙ୍କର ବହୁ ଅଭିଜ୍ଞତା ରହିଛି । ବିଜେଡ଼ି ତାଙ୍କୁ ବଲାଙ୍ଗିର ଲୋକସଭା ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଛି । ଶ୍ରୀ ସିଂ ଭୋଇ ବିଜେଡ଼ିରେ ସାମିଲ୍‌ ହେବା ସମୟରେ ତାଙ୍କ ସହ ସଇଁତଲା ବ୍ଲକ୍‌ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ୍‌ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ଟିଟିଲାଗଡ଼ ବ୍ଲକ ସଭାପତି ବିକାଶ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ଭଗବାନ ବଗର୍ତ୍ତୀ, ଅସୀମ ପଟ୍ଟନାୟକ, ଶ୍ରୀକାନ୍ତ ବାଗ, ୧୧ଜଣ ସରପଂଚ, ୧୩ଜଣ ସମିତି ସଭ୍ୟସଭ୍ୟା, ସହ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

eleven − five =