csstore

ବିଜେଡ଼ି ସୁପ୍ରିମୋଙ୍କୁ କୃତଜ୍ଞତା ଜଣାଇଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନାମ ଘୋଷଣା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି କଳିକେଶ । ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବଲାଙ୍ଗିର ବିଧାନସଭା ପାଇଁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବେ କଳିକେଶ ନାରାୟଣ ସିଂହଦେଓ ମନୋନୀତ ହୋଇଥିବା ଘୋଷଣା କରିଥିଲେ । ତେବେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନବୀନ ନିବାସରେ ବିଜେଡ଼ି ସୁପ୍ରିମୋଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.