pakka

ହିତାଧିକାରୀଙ୍କ ଭତ୍ତା ହଡ଼ପ୍‌ ଅଭିଯୋଗ କରାଯାଇଛି

bbehera

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁର ବୃଦ୍ଧବୃଦ୍ଧା, ବିଧବା ଦିବ୍ୟାଙ୍ଗମାନଙ୍କ ଭତ୍ତା ଦୁର୍ନୀତି ହୋଇଥିବା ଭଳି ଭତ୍ତା ହିତାଧିକାରୀମାନେ ଏକ ସଙ୍ଗିନ ଅଭିଯୋଗ କରିଛନ୍ତି । ପାଉଥିବ ଭତ୍ତା ହିତାଧିକାରୀମାନଙ୍କ କାହାର ୭ ମାସ ତ କାହାର ୧ ବର୍ଷର ଭତ୍ତା ନ ମିଳିବାରୁ ଗତବର୍ଷ ତୁରେକେଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲଙ୍କୁ ଅଭିଯୋଗ ଜଣାଇଥିଲେ । ଏନେଇ ବ୍ଲକ ପ୍ରଶାସନ ବିଏସ୍ଏସ୍ଓ ହେମନ୍ତ କୁମାର ବିଶ୍ୱାଳଙ୍କୁ ଏବଂ ବଡବାଙ୍କି ଗ୍ରାମପଞ୍ଚାୟତ ପିଇଓ ଦେବରାଜ ତାଣ୍ଡିଙ୍କୁ ବୁଝାଇ କହିଥିଲେ ସୁଦ୍ଧା ଏଯାଏଁ ଭତ୍ତା ହିତାଧିକାରୀମାନେ ବକେୟା ଥିବା ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଅନ୍ତୁ ନଚେତ୍ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଭତ୍ତା ହିତାଧିକାରୀମାନେ ଜଣାଇଛନ୍ତି ।

Leave A Reply

Your email address will not be published.

5 − 1 =