pakka

ସିଏନ୍‌ସିର ମୃଗାକ୍ଷୀଙ୍କୁ ସ୍ୱୟଂସିଦ୍ଧା ସମ୍ମାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ବାଦ ଡିଜିଟାଲ୍ ଓ ରେସ୍ ଫାଉଣ୍ଡେସନ୍ ଗୃପ୍‌ର ମିଳିତ ଆନୁକୁଲ୍ୟରେ ତୃତୀୟ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । ବଲିଉଡ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ଉପସ୍ଥିତ ସଫଳ ମହିଳାମାନଙ୍କୁ ଜଣେ ଜଣେ ସ୍ୱୟଂସିଦ୍ଧା ବୋଲି ସମ୍ବର୍ଦ୍ଧିତ କରି କହିଥିଲେ । ନାରୀମାନଙ୍କ ପାଖରେ ଥିବା ଅପାର ଶକ୍ତିକୁ ଆହୁରି ଭଲ କାମରେ ବିନିଯୋଗ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ ସିଏନ୍‌ସିର ଅଧ୍ୟାପିକା ମୃଗାକ୍ଷୀ ପଣ୍ଡା ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀଙ୍କ ଠାରୁ ସ୍ୱୟଂସିଦ୍ଧା ସମ୍ମାନ ଗ୍ରହଣ କରିଥିଲେ । ମଂଚରେ ସମ୍ବାଦ ଗୃପ୍‌ର ସମ୍ପାଦକ ତନୟା ପଟ୍ଟନାୟକ ଓ ରେସ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରଶ୍ମି ସାହୁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟି ଭୁବନେଶ୍ୱରର ହୋଟେଲ୍ କ୍ରିଷ୍ଟାଲ୍ କ୍ରାଉନ୍‌ରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୧୫ ବର୍ଷ ଧରି ସିଏନ୍‌ସି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଗଠନରେ ନିରବଚ୍ଛିନ୍ନ ଭାବରେ କରି ଆସୁଥିବା ପ୍ରୟାସକୁ ସମ୍ବାଦ ଏହି ସମ୍ମାନ ଦ୍ୱାରା ଅନୁମୋଦିତ କରିଥିଲା । ଏହି ଅବସରରେ ମୃଗାକ୍ଷୀ ସିଏନ୍‌ସିର ସମସ୍ତ ଛାତ୍ରଛାତ୍ରୀ ତଥା କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଇଛନ୍ତି । ଆଗାମୀ ପିଢି ଶାନ୍ତିରେ ରୁହନ୍ତୁ ବୋଲି ଯଦି ଆମେ ଚାହିଁବା ତେବେ ସେମାନଙ୍କୁ ନେଇ ଆମକୁ ବର୍ତ୍ତମାନର ସୁଧାର କରିବାକୁ ପଡିବ ବୋଲି ଜିଜ୍ଞାସା କରିଛନ୍ତି ।

Leave A Reply

Your email address will not be published.

4 × 3 =