pakka

ଗୁଡ଼୍‌ ଫ୍ରାଇଡେ଼’ ଅବସରରେ ରକ୍ତଦାନ ଶିବିର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଗୁଡ଼୍‌ ଫ୍ରାଇଡେ଼’ । ସାରା ବିଶ୍ୱରେ ଆଜି ଖ୍ରୀଷ୍ଟ ସମାଜ ପକ୍ଷରୁ ଗୁଡ଼୍‌ ଫ୍ରାଇଡେ଼’ ପାଳନ ହେଉଛି । ଏହି ଅବସରରେ ବଲାଙ୍ଗିର କଲେଜଛକ ସ୍ଥିତ ମିଶନ୍‌ ପରିସରରେ ଖ୍ରୀଷ୍ଟ ସମାଜ ପକ୍ଷରୁ ମଧ୍ୟ ଗୁଡ଼୍‌ ଫ୍ରାଇଡେ଼’ ପାଳନ କରାଯାଉଥିବା ବେଳେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ସ୍ୱେଚ୍ଛାକୃତ ଭାବେ ଅନେକ ଖ୍ରୀଷ୍ଟ ଭାଇ ଭଉଣୀ ଗୁଡ଼୍‌ ଫ୍ରାଇଡେ଼’ ଅବସରରେ ରକ୍ତଦାନ କରୁଥିବା ଦେଖିବାକୁ ମିଳିଛି । ଖ୍ରୀଷ୍ଟ ସମାଜର ବିଶ୍ୱାସ ରହିଛି, ଗୁଡ଼୍‌ ଫ୍ରାଇଡେ଼’ ପ୍ରଭୂ ଯୀଶୁଙ୍କ କୃଶାର୍ପିତ ଦିନ । ଏହି ଦିନ ସଂସାରର ପାପ ଧୋଇବା ପାଇଁ ପ୍ରଭୁ ଯୀଶୁଙ୍କ ଶରୀରରୁ ରକ୍ତ କ୍ଷରଣ ହୋଇଥିଲା । ପ୍ରଭୂ ଯୀଶୁଙ୍କ ରକ୍ତ କ୍ଷରଣକୁ ସ୍ମରଣ କରି ଆଜି ବଲାଙ୍ଗିର ସେଂଟ୍ରାଲ୍‌ ଚର୍ଚ୍ଚ ତରଫରୁ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଥିବା ଖ୍ରୀଷ୍ଟ ସମାଜ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

eighteen − seventeen =