pakka

ମହିଳାମାନଙ୍କୁ ସଶକ୍ତ କରିବା ଆମ ବିଶ୍ୱର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ନିବେଶ ଅଟେ : ଉପରାଷ୍ଟ୍ରପତି

bbehera
  • ଲିଙ୍ଗଗତ ସମାନତା ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏକ ନ୍ୟାୟ ପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜର ମୌଳିକ ନୀତି : ଉପରାଷ୍ଟ୍ରପତି
  • ନାରୀ ଶକ୍ତି ବନ୍ଦନ ଅଧିନିୟମ କାରଣରୁ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବା “ପୁରୁଷ ପ୍ରଧାନ ମାନସିକତା”କୁ ପରିବର୍ତ୍ତନ କରିବାରେ ସହାୟକ ହେବ ବୋଲି ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି
  • ମହିଳାମାନେ ଆଜି ସମାଜରେ ନିଜର ଉଚିତ ସ୍ଥାନ ପୁନଃ ପ୍ରାପ୍ତ କରୁଛନ୍ତି ବୋଲି ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି
  • ଲିଙ୍ଗଗତ ନ୍ୟାୟ ଏବଂ ମହିଳାମାନଙ୍କୁ ଆର୍ଥିକ ନ୍ୟାୟ ନିରନ୍ତର ବିକାଶ ହାସଲ କରିବାରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ : ଉପରାଷ୍ଟ୍ରପତି
  • ମହିଳା ଉଦ୍ୟୋଗୀମାନଙ୍କୁ ‘ଭୋକାଲ୍ ଫର୍ ଲୋକାଲ୍’ ହେବା ଏବଂ ଅର୍ଥନୈତିକ ଜାତୀୟତାବାଦକୁ ପ୍ରୋତ୍ସାହିତ କରିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ମହିଳାମାନଙ୍କୁ ସଶକ୍ତ କରିବା ହେଉଛି ଆମର ବିଶ୍ୱର ବର୍ତ୍ତମାନ ଏବଂ ଭବିଷ୍ୟତରେ ଏକ ନିବେଶ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଆଜି ଗୁରୁତ୍ଵରୋପ କରିଛନ୍ତି । ଆଜି ଭାରତ ମଣ୍ଡପମରେ ଏଫଏଲଓର ୪୦ ବର୍ଷ ପୂର୍ତ୍ତି ଅବସରରେ ଫିକି ଲେଡିଜ୍ ଅର୍ଗାନାଇଜେସନ୍ (ଏଫ୍‌ଏଲ୍‌ଓ)ର ସଦସ୍ୟମାନଙ୍କୁ ସମ୍ବୋଧିତ କରି ଶ୍ରୀ ଧନଖଡ ସଙ୍କେତ ଦେଇଛନ୍ତି ଯେ “ସମାନ ସୁଯୋଗକୁ ପ୍ରୋତ୍ସାହିତ କରି, ପ୍ରତିବନ୍ଧକକୁ ଭାଙ୍ଗି ମହିଳାଙ୍କ ସ୍ୱର ଓ ଉପଲବ୍ଧିକୁ ବଢ଼ାଇ ଆମେ ଏପରି ଏକ ସମାଜ ଗଠନ କରୁଛୁ ଯାହା କେବଳ ନିରପେକ୍ଷ ଓ ନ୍ୟାୟସମ୍ପନ୍ନ ନୁହେଁ ବରଂ ସମୃଦ୍ଧ ଓ ସ୍ଥାୟୀ ମଧ୍ୟ ।” ଲିଙ୍ଗଗତ ସମାନତା ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ନ୍ୟାୟସମ୍ପନ୍ନ ଏବଂ ପ୍ରଗତିଶୀଳ ସମାଜର ମୌଳିକ ନୀତି ଭାବରେ ସ୍ୱୀକାର କରି ଉପରାଷ୍ଟ୍ରପତି ସକ୍ଷମ ଲିଙ୍ଗ ନିରପେକ୍ଷ ଇକୋସିଷ୍ଟମକୁ ପ୍ରଶଂସା କରିଥିଲେ ଏବଂ ସଶସ୍ତ୍ର ବାହିନୀରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ଏବଂ ସୈନିକ ସ୍କୁଲରେ ଝିଅମାନଙ୍କ ନାମଲେଖା ଭଳି ସାମ୍ପ୍ରତିକ ସକାରାତ୍ମକ ପଦକ୍ଷେପ ଉପରେ ଧ୍ୟାନ ଦେଇଥିଲେ । ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତୀକରଣ ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ସଂସଦରେ ଗେମ୍ ଚେଞ୍ଜର ବୋଲି ଉଲ୍ଲେଖ କରି ଶ୍ରୀ ଧନଖଡ ଏହାକୁ ଭାରତୀୟ ରାଜନୀତିରେ ଏକ ନିଶ୍ଚିତ ମାଇଲଖୁଣ୍ଟ ବୋଲି କହିଥିଲେ । ସଂସଦରେ ଅଧିକରୁ ଅଧିକ ମହିଳା ସେହି ପୁରୁଷତାନ୍ତ୍ରିକ ମାନସିକତାକୁ ବଦଳାଇବାରେ ସହାୟକ ହେବେ ବୋଲି ସେ କହିଛନ୍ତି । ମହିଳାମାନଙ୍କୁ ‘ପ୍ରୋକ୍ସି ପ୍ରାର୍ଥୀ’ ଭାବରେ ଗ୍ରହଣ କରିବାର ଆଶଙ୍କା ଓ ଆଭିମୁଖ୍ୟକୁ ପ୍ରତ୍ୟାଖ୍ୟାନ କରି ଉପରାଷ୍ଟ୍ରପତି ଆମ ଚନ୍ଦ୍ରଯାନ ମିଶନରେ ମହିଳା ବୈଜ୍ଞାନିକମାନଙ୍କ ନେତୃତ୍ୱ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ମହିଳାମାନେ ଆଜି ସମାଜରେ ସେମାନଙ୍କର ଉଚିତ ସ୍ଥାନକୁ ପୁନରୁଦ୍ଧାର କରୁଛନ୍ତି ଏବଂ ସେମାନଙ୍କ ପରିବାରର ପୁରୁଷ ସଦସ୍ୟଙ୍କ ଦ୍ୱାରା ନିୟନ୍ତ୍ରିତ ନୁହଁନ୍ତି । ଲିଙ୍ଗଗତ ନ୍ୟାୟ ଏବଂ ନିରନ୍ତର ବିକାଶ ମଧ୍ୟରେ ଅବିଚ୍ଛେଦ୍ୟ ସମ୍ପର୍କ ଉପରେ ଆଲୋକପାତ କରି ଶ୍ରୀ ଧନଖଡ଼ ମତ ଦେଇଥିଲେ ଯେ “ନିରନ୍ତର ବିକାଶ ହାସଲ କରିବା ପାଇଁ ଲିଙ୍ଗଗତ ନ୍ୟାୟ ଏବଂ ମହିଳାଙ୍କ ଅର୍ଥନୈତିକ ନ୍ୟାୟ ଗୁରୁତ୍ୱପୂର୍ଣ୍ଣ” । ଅଧିକ ମହିଳା କାମ କଲେ ଅର୍ଥନୀତିର ବିକାଶ ହୋଇଥାଏ ବୋଲି ସେ କହିଛନ୍ତି । ମହିଳାମାନଙ୍କୁ ଅର୍ଥନୈତିକ ଜାତୀୟତାବାଦର ପ୍ରାକୃତିକ ଦୂତ ବୋଲି ଅଭିହିତ କରି ଶ୍ରୀ ଧନଖଡ ସମସ୍ତଙ୍କୁ ଅର୍ଥନୈତିକ ଜାତୀୟତାବାଦ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ । ଉପରାଷ୍ଟ୍ରପତି ଗୁରୁତ୍ୱାରୋପ କରି କହିଥିଲେ ଯେ “କୌଣସି ରାଷ୍ଟ୍ର ନିଜର ଜାତୀୟତାବାଦ ଏବଂ ସଂସ୍କୃତି ପ୍ରତି ଦୃଢ଼ ପ୍ରତିବଦ୍ଧତା ବିନା ଏହାର ସମସ୍ତ ଦିଗରେ ବିକାଶ କରିପାରିବ ନାହିଁ ” । ଅର୍ଥନୈତିକ ଜାତୀୟତାବାଦ ଅଭିବୃଦ୍ଧି ପାଇଁ ଅତ୍ୟନ୍ତ ମୌଳିକ ବୋଲି ସେ କହିଛନ୍ତି
ଏହି ଅବସରରେ ଏଫଏଲଓର ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁଶ୍ରୀ ସୁଧା ଶିବକୁମାର, ଏଫ୍‌ଏଲ୍‌ଓର ସଦସ୍ୟ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 − three =