pakka

ମଧିଆପାଲି ଠାରେ ସମରେନ୍ଦ୍ର ମିଶ୍ରଙ୍କ ଜନ ଆଶୀର୍ବାଦ୍‌ ସଭା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମଧିଆପାଲି ଠାରେ ଗତ ସନ୍ଧ୍ୟାରେ ସମରେନ୍ଦ୍ର ମିଶ୍ରଙ୍କ ଜନ ଆଶୀର୍ବାଦ୍‌ ସଭାର ଆୟୋଜନ ହୋଇଥିବା ବେଳେ ଅଂଚଳର ଶତାଧିକ ମହିଳା, ପୁରୁଷ ସମବେତ ହୋଇ ଚଳିତ ନିର୍ବାଚନ ପାଇଁ ସମରେନ୍ଦ୍ରଙ୍କୁ ଆଶୀର୍ବାଦ୍‌ କରିଛନ୍ତି । ଆୟୋଜିତ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସହ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଉପସ୍ଥିତ ରହି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସମରେନ୍ଦ୍ର କହିଛନ୍ତି ଯେ, ଦୀର୍ଘ ୨୫ ଧରି ବିଜେଡି ସରକାର ରାଜ୍ୟରେ କ୍ଷମତାସୀନ ରହିଥିଲେ ସୁଦ୍ଧା ବଲାଙ୍ଗିରରେ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ କରିନାହାନ୍ତି । କଲେଜ ଅଛି, ଅଧ୍ୟାପକ ନାହାନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି । ହସ୍ପିଟାଲ୍‌ରେ ଡାକ୍ତର ନାହାନ୍ତି । ଯୁବକଙ୍କ ପାଇଁ କର୍ମ ସଂସ୍ଥାନ ନାହଁ । କେବଳ ପ୍ରତିଶ୍ରୁତି ଦେଇ ବଲାଙ୍ଗିରବାସୀଙ୍କୁ ଠକିଛନ୍ତି ବିଜେଡି ସରକାର । ଅନ୍ୟପକ୍ଷରେ ରାଜ ପରିବାରର ସଦସ୍ୟ ବଲାଙ୍ଗିରରୁ ଜନପ୍ରତିନିଧି ଭାବେ ନିର୍ବାଚିତ ହୋଇ ଦୀର୍ଘ ୨୫ ବର୍ଷ କାଳ କ୍ଷମତାରେ ରହିଥିଲେ ସୁଦ୍ଧା ବଲାଙ୍ଗିରରେ କୌଣସି ବିକାଶମୂଳକ କାର୍ଯ୍ୟ କରିନଥିଲେ । ୧୦ ବର୍ଷ ହେଲା ନରସିଂହ ମିଶ୍ର ବିଧାୟକ ହେବା ପରେ ବଲାଙ୍ଗିରର ବିକାଶ ହୋଇଛି ଏବଂ ବଲାଙ୍ଗିରର ବିକାଶ ସାରା ରାଜ୍ୟ ପାଇଁ ଉଦାହରଣ ପାଲଟିଛି । ସେ ଆହୁରି କହିଛନ୍ତି ଯେ, ରାଜ ପରିବାରର ସଦସ୍ୟ ବିଜେଡି ବିଧାୟକ ପ୍ରାର୍ଥୀ ଏବେ ବଲାଙ୍ଗିରର ସବୁ ବିକାଶମୂଳକ କାମ ସେମାନେ କରିଥିବା କହି ବୁଲୁଛନ୍ତି । ବଲାଙ୍ଗିରବାସୀ ବଲାଙ୍ଗିର ବିକାଶ ପାଇଁ କିଏ କାମ କରିଛି, ତାହା ଠିକ୍ ଜାଣିଛନ୍ତି ଏବଂ ମତଦାନ ବେଳେ ଏହାର ଉଚିତ୍‌ ଜବାବ ଦେବେ ବୋଲି ସମରେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି । ବଲାଙ୍ଗିରବାସୀଙ୍କ ସେବା କରିବା ପାଇଁ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ଆଶୀର୍ବାଦ୍‌ କରିବାକୁ ସମରେନ୍ଦ୍ର ସମବେତ ଜନତାଙ୍କୁ ନିବେଦନ କରିଛନ୍ତି । ଜନ ଆଶୀର୍ବାଦ୍‌ ସଭାରେ ଯୋଗଦେଇ ବିଧାୟକ ନରସିଂହ ମିଶ୍ର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କ ପାଇଁ ସମସ୍ତଙ୍କ ଆଶୀର୍ବାଦ୍‌ କାମନା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାର ସବୁବେଳେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ଏଣୁ କଂଗ୍ରେସର ହାତକୁ ଟାଣ କରି ଲୋକଙ୍କ ସେବା ପାଇଁ ସୁଯୋଗ ଦେବାକୁ ସେ କହିଛନ୍ତି । ବିଧାୟକ ଶ୍ରୀ ମିଶ୍ର କଂଗ୍ରେସର ନିର୍ବାଚନୀ ମେନିଫେଷ୍ଟୋ ସଂପର୍କରେ ଲୋକଙ୍କୁ ପୁଂଖାନୁପୁଂଖ ବୁଝାଇଥିବା ବେଳେ କଂଗ୍ରେସ ସରକାର ଆସିଲେ ଲୋକେ କେତେ ଉପକୃତ ହେବେ ସେ ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏଥିସହିତ ସମରେନ୍ଦ୍ର ମିଶ୍ରଙ୍କୁ ଆଶୀର୍ବାଦ୍‌ କଲେ ଆପଣମାନେ ଗୋଟିଏ ଭୁତିରେ ଦୁଇଟି ହଲିଆ ପାଇବେ ବୋଲି ପୁଣି ଲୋକଙ୍କୁ ସମ୍ବୋଧିତ କରିଥିଲେ ।

jay balangir
Leave A Reply

Your email address will not be published.

3 × 2 =