pakka

ମା’ ଭଗବତୀ ଓ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ – ମନ୍ଦିରର ଉନ୍ନତିକରଣ ଏବଂ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

bbehera

ଟାଙ୍ଗୀ : ବାଣପୁର ସ୍ଥିତ ମା’ ଭଗବତୀ ଓ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କଲେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ । ସୂଚନାନୁଯାୟୀ, ସୋମବାର ପ୍ରାତଃ ସମୟରେ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଐତିହାସିକ ପ୍ରସିଦ୍ଧ ଶକ୍ତିପୀଠ ତଥା ବାଣପୁର ସ୍ଥିତ ମା’ ଭଗବତୀ ଏବଂ ଟାଙ୍ଗୀ ନିକଟସ୍ଥ ଭୁଷଣ୍ଡପୁର ସ୍ଥିତ ମା’ ଉଗ୍ରତାରା ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିଆଙ୍କ ସମେତ ସ୍ଥାନୀୟ ପ୍ରଶାସନ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ଏହି ସମୟରେ ମନ୍ଦିରଗୁଡିକର ଉନ୍ନତିକରଣ ଏବଂ ଅନ୍ୟାନ୍ୟ କାର୍ୟ୍ୟର ସମୀକ୍ଷା କରିଛନ୍ତି ୫ଯି ସଚିବ । ମନ୍ଦିର ପୂଜକ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ସହିତ ମନ୍ଦିରର ଉନ୍ନତି କରଣ ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ଏହାପରେ ଭୁବନେଶ୍ୱର ଫେରିଛନ୍ତି ୫ଟି ସଚିବ ।

jay balangir
Leave A Reply

Your email address will not be published.

seven + nineteen =