ନବଜାତ ଶିଶୁକନ୍ୟାର ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟିଲାଗଡ଼ର ଷ୍ଟେସନପଡାରୁ କିଛି ଦିନ ତଳେ ବିନୟ ସୁନା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ପରେ ଏକ ଶିଶୁକନ୍ୟା ଜନ୍ମ ହେବା ପରେ ତାଙ୍କ ସ୍ତ୍ରୀ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ । ବିନୟ ଏକା ଆସିଥିବାରୁ ସ୍ତ୍ରୀଙ୍କୁ ନେଇ ବୁର୍ଲା ଯାଇଥିଲେ । ଶିଶୁକନ୍ୟାଟି ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଶିଶୁକନ୍ୟାର ଦେହାନ୍ତ ହୋଇଥିଲା । ଶିଶୁକନ୍ୟାକୁ ହରାଇ ବିନୟ ଭାଙ୍ଗି ପଡିଥିଲେ । ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନେ ଖବର ପାଇ ଶିଶୁକନ୍ୟାର ଶବ ସତ୍କାର କରିଥିଲେ । ଏହି କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ବିଶ୍ୱଜିତ ପଟେଲ, ଲିପୁନ ପଟେଲ, ରଜତ ପଧାନ, କନ୍ଦର୍ପ ରଣା, ବୁଲୁ ମହାକୁର ପ୍ରମୁଖ ସଦସ୍ୟ ସହଯାଗ କରିଥିଲେ ।

Leave A Reply

Your email address will not be published.

two + 4 =