pakka

କଣ୍ଟାବାଞ୍ଜିରେ ବିଧାୟକ ସାଲୁଜାଙ୍କ ବିରାଟ କଂଗ୍ରେସ ସମ୍ମିଳନୀ

bbehera

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ହରିଭବନରେ ମଙ୍ଗଳବାର ଦିନ ଏକ ବିରାଟ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ନିର୍ବାଚନ ମଣ୍ଡଳିର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ ସହିତ ଏନ୍‌ଏସିର ସହସ୍ରାଧିକ କର୍ମିି ସହିତ ବିଭିନ୍ନ ବ୍ଲକର କାର୍ଯ୍ୟକର୍ତ୍ତା ଏବଂ ପ୍ରତିନିଧି ସାମିଲ ଥିଲେ । ଏହି ସମ୍ମିଳନୀରେ ସର୍ବପ୍ରଥମେ ମୁରିବାହାଲ ବ୍ଲକ ୩୦ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ ବିଧାୟକ ସାଲୁଜାଙ୍କ ରାଜନୈତିକ ଜୀବନ ସହିତ ଅଂଚଳର ବିକାଶ ଉପରେ କହିଥିଲେ । ସାଲୁଜା ହିଁ କଣ୍ଟାବାଞ୍ଜିର ବିକାଶ ପାଇଁ ଏକମାତ୍ର ନେତା ବୋଲି କହିଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକର ଅଧ୍ୟକ୍ଷଙ୍କ ପ୍ରତିନିଧି ତଥା ସମିତି ସଭ୍ୟ ଭୋଲାନାଥ ବେହେରା ମଧ୍ୟ ଅନୁରୁପ ଭାବେ ଅଂଚଳର ବିକାଶରେ ସାଲୁଜା ହିଁ ଏକମାତ୍ର ବିକଳ୍ପ ବୋଲି କହିଥିଲେ । ଯେତେବେଳ ପର୍ଯ୍ୟନ୍ତ ଟାଇଗର ଜିନ୍ଦା ଅଛନ୍ତି ଅଂଚଳର ବିକାଶ ସମ୍ଭବ ବୋଲି କହିଥିଲେ । ସେ କୌଣସି ଦଳକୁ ବିଶ୍ୱାସ କରନ୍ତି ନାହିଁ ତାଙ୍କର ନିଜର ବ୍ୟକ୍ତିଗତ ଭୋଟ ରହିଛି ଜନ ସମର୍ଥନ ରହିଛି । ତେଣୁ କୌଣସି କର୍ମି ନିଜର ମନୋବଳକୁ ଭାଙ୍ଗିବା ଉଚିତ ନୁହେଁ ସେ ଯେଉଁ ଆଡେ ଯାଆନ୍ତୁ ନା କାହିଁକି ଆମ୍ଭେ ସମସ୍ତେ ତାଙ୍କ ସହ ଅଛୁ ବୋଲି କହିଥିଲେ । ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଜୈନ ମଧ୍ୟ ସାଲୁଜାଙ୍କ ବିଧାୟକ ସମୟରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସହିତ ଅଞ୍ଚଳର ବିକାଶ ଏବଂ ବ୍ୟକ୍ତିଗତ ସମ୍ପର୍କ ଏବଂ ଦୂଃଖସୁଖର ସାଥୀ ସହିତ ଆମ୍ଭେ ସମସ୍ତେ ଅଛୁ ବୋଲି ନିଜର ମତ ଦେଇଥିଲେ । ଏପରିକି ଯେତେବେଳେ ମଧ୍ୟ ବିଧାନ ସଭାରେ କୌଣସି ପ୍ରଶ୍ନ କରନ୍ତି ତେବେ ତାହା ହିଁ ପରବର୍ତ୍ତୀ ସମୟରେ ସରକାର ତାକୁ ଗ୍ରହଣ କରି କାର୍ଯ୍ୟକାରୀ କରନ୍ତି । ଯେପରି ବିଧବା ଭତ୍ତା, ଧର୍ମାନୁଷ୍ଠାନକୁ ଅନୁଦାନ ହେଉ କିମ୍ବା ଶିକ୍ଷାକ୍ଷେତ୍ରକୁ ଅନୁଦାନ ହେଉ ସେ ପ୍ରଥମ ନିଜର ବିଧାୟକ ହେବା ଦିନଠାରୁ ଦେଇ ଆସୁଛନ୍ତି । ଏନ୍‌ଏସି ଉପାଧ୍ୟକ୍ଷା ଶ୍ରୀମତୀ ମନୋରମା ରାଉତ ମଧ୍ୟ ଅନୁରୁପ ଭାବେ ସାଲୁଜାଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ଉପରେ କରିଥିବା କାର୍ଯ୍ୟକଳାପର କଥା କହିଥିଲେ । ସେହିପରି ତୁରେକେଲା ବ୍ଲକ ୧୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ କୌଶିକ ମେହେର ପ୍ରତ୍ୟେକ କର୍ମିକୁ ସାଲୁଜା ନିଜର ପରିବାରର ସଦସ୍ୟ ଭାବେ ବ୍ୟବହାର କରନ୍ତି । ଅଂଚଳର ଦୁଃଖୀ ଦରିଦ୍ରଙ୍କ କଥା ନିଜେ ବ୍ୟକ୍ତିଗତ ଭାବେ ବୁଝି ତାର ସମାଧାନ କରନ୍ତି । ତେଣୁ ସେ ହିଁ ଏକମାତ୍ର ନେତା ଯିଏ ସୁଖଦୁଃଖର ସାଥୀ ବୋଲି କହିଥିଲେ । ପୁଣି ନଗରପାଳ ବିରୟାମ ସିଂ ସାଲୁଜା ନିଜର ବକ୍ତବ୍ୟରେ ସାଲୁଜା ପରିବାର ହିଁ ଅଂଚଳର ବିକାଶ କଥା କହେ ଯାହା ଅନ୍ୟ କୌଣସି ନେତା କେବେ କିଛି କହି ନାହାନ୍ତି । ଆମ୍ଭେ ତାଙ୍କ ସହ ଅଛୁଁ ଆଗାମୀ ଦିନରେ ମଧ୍ୟ ସମସ୍ତେ ରହିବେ ଏହି ବିଶ୍ୱାସ ଆମ୍ଭର ଅଛି ବୋଲି କହିଥିଲେ । ପରିଶେଷରେ ବିଧାୟକ ସାଲୁଜା ନିଜର ବକ୍ତବ୍ୟରେ ନିର୍ବାଚନ ମଣ୍ଡଳୀରୁ ଆସିଥିବା ସମସ୍ତ ତିନି ଗୋଟି ବ୍ଲକର କର୍ମକର୍ତ୍ତା ଏବଂ କର୍ମିଙ୍କ ସହଯୋଗ ହିଁ ଆଗାମୀ ଦିନର ବିକାଶ ବୋଲି କହିଥିଲେ । ଏପରିକି କଣ୍ଟାବାଞ୍ଜିର ବିକାଶ ପାଇଁ କୌଣସି ନେତା ବିଧାନ ସଭାରେ ପ୍ରଶ୍ନ କରି ନାହାନ୍ତି । ଚାଷୀର ଫସଲ ବୀମା, ବାର୍ଦ୍ଧକ୍ୟ ଭତ୍‌ତ୍ତା, ରାସ୍ତାଘାଟ ହେଉ କିମ୍ବା ବ୍ୟକ୍ତି ଗତ ସମସ୍ୟା ହେଉ ବିରୋଧୀଠାରୁ କର୍ମି ଯାଏ ସମସ୍ତଙ୍କ ସମସ୍ୟାର ସମାଧାନ ପାଇଁ ସେ ଚେଷ୍ଟା କରି ଆସିଛନ୍ତି ବୋଲି କହିଥିଲେ । ଏପରିକି ଆମ୍ଭେ କଣ୍ଟାବାଞ୍ଜି ମାଟିର ସନ୍ତାନ ଯାହା ଅନ୍ୟ କେହି ଏହାର ବିକାଶ କଥା କହିବେ ନାହିଁ । କାରଣ ସେମାନେ ଅନ୍ୟ ଅଂଚଳର ତେଣୁ ଦୀର୍ଘ ଦିନରୁ କଣ୍ଟାବାଞ୍ଜିର ଦାଦନ ସମସ୍ୟା, ଜଳସେଚନର ବ୍ୟବସ୍ଥା ସହିତ ଜିଲ୍ଲା ଦାବି କଥା କିଏ ବିଧାନ ସଭାରେ କହିବ । ଯଦି ଆପଣମାନେ କଣ୍ଟାବାଞ୍ଜିର ବିକାଶ ଚାହୁଁଛନ୍ତି ତେବେ ଏବଂ କଣ୍ଟାବାଞ୍ଜି ଜିଲ୍ଲା ଦାବିକୁ ଆଗାମୀ ଦିନରେ ସରକାରଙ୍କଠାରେ ଉପସ୍ଥାପନ କରି ସଫଳତା ପାଇଁ ଆପଣଙ୍କ ସହଯୋଗ ଆଗାମୀ ନିର୍ବାଚନରେ ଭାଗିଦାରୀ ହୁଅନ୍ତୁ ବୋଲି କହିଥିଲେ । ଏପରିକି ସମସ୍ତ ବିକାଶ କଥା ବିଧାନସଭାରେ ଅନ୍ୟ କେହି ଉପସ୍ଥାପନ କରିପାରିବେ ନାହିଁ ବୋଲି କହିଥିଲେ । ଏହି ବିରାଟ କର୍ମି ସମ୍ମିଳନୀଟି ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଭୋଲାନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ସଭା ସଂଚାଳନ କରିଥିଲେ । ପରିଶେଷରେ ପୂର୍ବତନ ସରପଂଚ ସୁଶାନ୍ତ ଯୋଷୀ ଧନ୍ୟବାଦ ଦେଇଥିଲେ । ଏହି ସମ୍ମିଳନୀ ପରେ କଂଗ୍ରେସ କର୍ମିଙ୍କ ମଧ୍ୟରେ ସାଲୁଜାଙ୍କ ଅନ୍ୟ ଦଳକୁ ଡିଆଁମାରିବା କଳ୍ପନା ଜଳ୍ପନା ଫେଲ ମାରିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

one × 1 =

error: Content is protected !!