pakka

ଜିଲ୍ଲାପାଳଙ୍କୁ ଅଭିଭାବକ ସଂଘର ଦାବିପତ୍ର ପ୍ରଦାନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନ୍ୱେଷା ଯୋଜନା ଓ ଶିକ୍ଷା ଅଧିକାର ଆଇନକୁ ଘରୋଇ ଶିକ୍ଷାନୁଷ୍ଠାମାନେ ବେଖାତିର କରୁଥିବାରୁ ବଲାଙ୍ଗିର ଜିଲ୍ଲା ଅଭିଭାବକ ସଂଘ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛି । ଏହା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଶିକ୍ଷା ଅଧିକାର ଆଇନ ବଳରେ ଚୟନୀତ ହୋଇ ବିଭିନ୍ନ ଘରୋଇ ଶିକ୍ଷା ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ, ପୋଷାକ, ଜୋତା ଓ ସ୍କୁଲ ବେଗ୍‌ ଠିକ ସମୟରେ ପ୍ରଦାନ କରୁନାହାନ୍ତି । ଏତଦ୍‌ ବ୍ୟତୀତ ନର୍ସରୀ, ଏଲ୍‌କେଜି ଓ ୟୁକେଜିରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ ଶ୍ରେଣୀକୁ ଉନ୍ନୀତ କରାଯାଉନାହିଁ । ଏହା ସହିତ ଗୁରୁତର ଅଭିଯୋଗ ହେଉଛି ଯେ ଅଭିଭାବକମାନଙ୍କ ଠାରୁ ଶିକ୍ଷାନୁଷ୍ଠାନ ଗୁଡିକ ଚାନ୍ଦା ଅସୁଲ କରୁଛନ୍ତି । ତେଣୁ ଏଭଳି ଶିକ୍ଷାନୁଷ୍ଠାନ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସଂଘ ଦାବି କରିଛି । ଯଦି ଆଗାମୀ ୭ ଦିନ ମଧ୍ୟରେ ପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତାହେଲେ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ସେଠାରେ ବସି ପାଠ ପଢିବେ ବୋଲି ସଂଘ ଚେତାବନୀ ଦେଇଛି । ଦାବିପତ୍ର ପ୍ରଦାନ ସମୟରେ ସଂଘର ସଭାପତି ସୀତାରାମ କୁମ୍ଭାର, ସଂପାଦକ ବିଶ୍ୱାମିତ୍ର କୁମ୍ଭାର, ସହ-ସଂପାଦକ ନଳିନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one + eighteen =

error: Content is protected !!