pakka

ପଦ୍ମ ଛାଡ଼ି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ‌ ପ୍ରଭାସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମ ଛାଡ଼ି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ‌ ପ୍ରଭାସ କୁମାର ପାଣିଗ୍ରାହୀ । ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବଲାଙ୍ଗିର ବିଜେପିର ପୂର୍ବତନ ଜିଲ୍ଲା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ବିଜେଡି ସହିତ ସାମିଲ୍ ହୋଇଛନ୍ତି । ବଲାଙ୍ଗିର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, ରାଜ୍ୟସଭା ସାଂସଦ ସଂବିତ୍‌ ପାତ୍ର ଓ ବିଜେଡିର ବରିଷ୍ଠ ନେତୃବୃନ୍ଦ ଶ୍ରୀ ପାଣିଗ୍ରାହୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଛନ୍ତି‌‌ । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ଜନହିତକର କାର୍ଯ୍ୟ ଏବଂ ବଲାଙ୍ଗିର ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓଙ୍କ କର୍ତ୍ତବ୍ୟନିଷ୍ଠତାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଥିବା କହିଛନ୍ତି । ତେବେ ପ୍ରଭାସ ବିଜେପି ଛାଡିବା ଯୋଗୁ ନିର୍ବାଚନ ବେଳେ ବଲାଙ୍ଗିର ବିଜେପିକୁ ବଡ ଝଟ୍‌କା ଲାଗିଥିବା ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

10 − 5 =

error: Content is protected !!