pakka

ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସାମ୍ୱାଦିକ ସମ୍ମିଳନୀ

bbehera

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଏକ ହୋଟେଲରେ ବରଗଡ଼ ଜିଲ୍ଲାର ସାମ୍ୱାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା, ଲୋକଙ୍କ ବିସ୍ଥାପନ, ସ୍ଥାନୀୟ ନିଯୁକ୍ତି ପ୍ରତି ଦୃଷ୍ଟି ଦେବେ । ସେହିପରି ବରଗଡ଼ ଜିଲ୍ଲାରେ ୩୧୦୦ ଟଙ୍କା ଧାନ କ୍ୱିଣ୍ଟାଲ, ଏମ୍‌ଏସ୍‌ପି ବୃଦ୍ଧି ପାଇଁ ଚେଷ୍ଟା କରିବେ । ଝାରସୁଗୁଡା ଜିଲ୍ଲାରେ ନଦୀନାଳରେ ବ୍ୟାରେଜ ନିର୍ମାଣ, କେନ୍ଦୁପତ୍ର ଜିଏସ୍‌ଟି ଉଚ୍ଛେଦ, ଚାଷୀଙ୍କ ଜମିରେ ଗଭୀର ନଳକୂପ ଖନନ, ବିଜୁଳି ସଂଯୋଗୀ କରଣ, ଅଣ ବିକଶିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କଠାରୁ ଅର୍ଥ ଆଣି ବିକାଶ କାମ, ବରଗଡ଼ – ନୂଆପଡା ରେଲ୍‌ୱେ ଲାଇନ, ୫ ବର୍ଷ ମଧ୍ୟରେ ଟ୍ରେନ୍‌ ଚଳାଚଳ, ପର୍ଯ୍ୟଟନ ସ୍ଥଳୀକେନ୍ଦ୍ର ମାନ୍ୟତା, ବରଗଡ଼ ଦନ୍ତା ନଦୀରେ ବ୍ୟାରେଜ ନିର୍ମାଣ, ଘରକୁ ଘର ପାନୀୟଜଳ ଯୋଗାଣ ସୁବିଧା କରିବାକୁ ତାଙ୍କ ଲକ୍ଷ୍ୟ ବୋଲି କହିଥିଲେ । ନିର୍ବାଚନ ଅବାଧ, ଭୟମୁକ୍ତ, ନିରପେକ୍ଷ ନିର୍ବାଚନ, ସମସ୍ତେ ନିର୍ବାଚନ ମହାନ ପର୍ବରେ ଭାଗ ନିଅନ୍ତୁ, ସବୁ ଦଳକୁ ଆହ୍ୱାନ, କୌଣସି ଦଳ ଆତଙ୍କ ସୃଷ୍ଟି ନକରନ୍ତୁ, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନିରପେକ୍ଷ ନିର୍ବାଚନ କାର୍ଯ୍ୟ କରନ୍ତୁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁରେଶ୍ୱର ଶତପଥୀ, ରବି ନାରୟଣ ଦାସ, ଅଶୋକ ପଣ୍ଡା, ଅକ୍ରୁର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

thirteen + 18 =