csstore

ସୁଟିଂରେ ମେଡେଲ ଜିତିଥିବା ୩ ସୁଟର୍‌ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁଟିଂ ହେଉଛି ଏକ ବ୍ୟୟବହୁଳ ଖେଳ । ବଲାଙ୍ଗିରରେ ସୁଟିଂ ଖେଳ ପାଇଁ ସେମିିତି ଆନୁସାଙ୍ଗିକ ଭିତ୍ତିଭୂମି ନାହିଁ । ତଥାପି ମଧ୍ୟ ନିଜସ୍ୱ ପ୍ରଚେଷ୍ଟା ଓ ଉଦ୍ୟମ ବଳରେ ବଲାଙ୍ଗିରର ୩ ଜଣ ସୁଟର୍‌ ରାଜ୍ୟସ୍ତରୀୟ ସୁଟିଂ ପ୍ରତିଯୋଗିତାରେ ମେଡେଲ ଜିତିବାରେ ସକ୍ଷମ ହୋଇଛନ୍ତି । ସେମାନେ ହେଲେ ବୀଣା ଥପ୍ପା, କୁନୁ ସେନ ଓ ଅମିତ ନନ୍ଦ । ୧୦ ମିଟର ଏଆର ରାଇଫଲ ସୁଟିଂରେ ବୀଣା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କୁନୁ ଓ ଅମିତ ରଜତ ପଦକ ଜିତିଛନ୍ତି । ଏହି ୩ ଜଣଙ୍କୁ ଆଜି ବଲାଙ୍ଗିର ଆର.ଏନ.ସିଂଦେଓ ସୁଟିଂ କ୍ଲବ ତରଫରୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ଜାତୀୟ ସୁଟିଂ ଆସୋସିଏସନର ଉପ ସଭାପତି କଳିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦକ ଜିତିଥିବା ଖେଳାଳୀମାନଙ୍କ ଭୂୟସୀ ପ୍ରଶଂସା କରିବା ସଙ୍ଗେ କହିଥିଲେ ଯେ, ଏହି ଖେଳାଳୀମାନଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରାଯିବ । ସେମାନେ କିଭଳି ଉନ୍ନତ ମାନର ପ୍ରଶିକ୍ଷଣ ପାଇବେ ତା’ର ବ୍ୟବସ୍ଥା କରାଯିବ । ଜାତୀୟ ସ୍ତରରେ କୋଚ୍‌ଙ୍କୁ ନେଇ ବଲାଙ୍ଗିରରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ । ଏହା ସହିତ ବଲାଙ୍ଗିରରେ ପଶ୍ଚିମ ଓଡିଶା ସ୍ତରୀୟ ସୁଟିଂ ପ୍ରତିଯୋଗିତା କରାଯିବ ବୋଲି କହିଥିଲେ । ଏହି ଅବସରରେ ଖେଳାଳୀମାନେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ଏକମାତ୍ର ବନ୍ଧୁକରେ ୩ ଜଣ ଅଭ୍ୟାସ କରିବା ସହିତ ପ୍ରତିଯୋଗିତାରେ ଭାଗ ନେଇଥିଲେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ବୁଦ୍ଧଦେବ ମେହେର ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସୟଦ ସାହିଦ ହୁସେନ । ଅନ୍ୟମାନଙ୍କ ମଧ୍ୟରେ ମଂଚାସୀନ ଥିଲେ କ୍ଲବ ଉପ ସଭାପତି ସୟିଦ ଆଫତାବ ହୁସେନ ଓ କୋଚ୍‌ ମଧୁସୂଦନ ପୋଢ ।

jayashree
Leave A Reply

Your email address will not be published.