pakka

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଧଣ୍ଡାମାଲ ସତ୍ୟବାଦୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକର ପୂର୍ବତନ ବି.ଆର୍‌.ସି.ସି. ଶ୍ୟାମସୁନ୍ଦର ଦାସଙ୍କ ସଭାପତିତ୍ୱରେ ସଭା ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକର ଅଧ୍ୟକ୍ଷ ଦୟାନିଧି ଖମାରୀ, ମୁଖ୍ୟ ବକ୍ତାଭାବେ ବିଳାସପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ତ୍ତବନ୍ଧୁ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରିଶ୍ଚନ୍ଦ୍ର ଦାଶ ଓ ସଭ୍ୟ କାର୍ତ୍ତିକ ପଧାନ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ଯୋଷୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଡମନ ପୋଢ, ରାଜକିଶୋର ମିଶ୍ର, ରାଧେଶ୍ୟାମ ପଧାନ, ଚନ୍ଦ୍ରମଣି ଭାଟି ତଥା ଉପସ୍ଥିତ ସମସ୍ତ ଶିକ୍ଷକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିଜୟ ସାହୁଙ୍କ ଅବଦାନ, ଶିକ୍ଷାଦାନ ଶୈଳୀ ତଥା ଛାତ୍ରବତ୍ସଳତା ଉପରେ ଆଲୋକପାତ କରିଥିଲେ । ଏହାପରେ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଦନମୋହନ ଭୋଇ, ଚିତ୍ତରଞ୍ଜନ ମିଶ୍ର, ନାରାୟଣ ଷାଣ୍ଢ, ଜଗନ୍ନାଥ ପଧାନ, ସଦାନନ୍ଦ ବାଗ ଓ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ସ୍ମୃତିରେ ରଚିତ ନିଜସ୍ବ କବିତା ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × 3 =