
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ସ୍ଥିତ ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତଦୁଇ କଲେଜର କିରାଣୀ ବଳଭଦ୍ର ବଣ୍ଡାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସେ ୧୯୯୩ ମସିହାରୁ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ଜଣେ ସମୟାନୁବର୍ତ୍ତୀ, କର୍ତ୍ତବ୍ୟ ପାରାୟଣ କର୍ମଚାରୀ ଭାବେ ଅନୁଷ୍ଠାନରେ ତାଙ୍କର ଏକ ସ୍ୱତନ୍ତ୍ର ସମ୍ମାନ ଥିଲା । ଏହି ସଭାରେ ଅଧ୍ୟାପକ ନରେଶ ମିଶ୍ର, ରେବତ ଜାଲ, ପ୍ରତିମା ହେର୍ଣ୍ଣା, ପୂର୍ବତନ ଗ୍ରନ୍ଥାକାର ସୁବିନ୍ଦ୍ର ବାଗ, ଚିନ୍ମୟୀ ମିଶ୍ରଙ୍କ ସମେତ ଗଙ୍ଗାଧର ସାହୁ ପ୍ରମୁଖ ଶ୍ରୀ ବଣ୍ଡାଙ୍କ ଦୀର୍ଘ କର୍ମମୟ ଜୀବନୀ ତଥା କର୍ତ୍ତବ୍ୟ ପାରାୟଣତା ଉପରେ ଆଲୋକପାତ କରିଥିଲେ । ଅକ୍ଷୟ ଚୌଧୁରୀ ସଭା ପରିଚାଳନା କରିଥିବା ବେଳେ ନିତ୍ୟାନନ୍ଦ ସିର୍ଦ୍ଧାର ଧନ୍ୟବାଦ ଦେଇଥିଲେ । ରମେଶ ସାହୁ, କରୁଣା ମେହେର, ଅଶୋକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
