
ବଲାଙ୍ଗିର, (କେପିଏନ୍ଏସ୍) : ଦିନ ଦ୍ୱିପହରରେ ବଲାଙ୍ଗିର ସହର ଭିତରେ ବାଇକ୍ ଚୋରି । ଏଭଳି ଏକ ଘଟଣା ଆଜି ସାମ୍ନାକୁ ଆସିଛି । ବଲାଙ୍ଗିର ସହରର ନୂଆ ବସ୍ଷ୍ଟାଣ୍ଡ ପାଖ ଇଡ଼୍କୋ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ରେ ରହିଥିବା ଜୟଶ୍ରୀ ପ୍ରିଣ୍ଟର୍ସର ଦ୍ୱିତୀୟ ୟୁନିଟ୍ ଦେବଶ୍ରୀ ଟ୍ରେଡ଼ର୍ସ ସାମ୍ନାରୁ ଏକ ବାଇକ୍ ଚୋରି ହୋଇଛି । ଏ ସଂକ୍ରାନ୍ତରେ ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ କରାଯାଇଥିବା ମଧ୍ୟ ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ଦିନ ୨ଟା ୩୩ ମିନିଟ୍ ସମୟରେ ଜଣେ ଯୁବକ ବାଇକ୍ ନେଇ ଫେରାର୍ ମାରିଛି, ଯାହାର ସିସିଟିଭି ଫୁଟେଜ୍ ମଧ୍ୟ ରହିଛି । ପ୍ରସନ୍ନ କୁମାର ଗିରିଙ୍କ ନାମରେ ରହିଥିବା ଏହି ହୋଣ୍ଡା ସାଇନ୍ ବାଇକ୍ ନଂ. ଓଆର୍୦୩ ଜି ୧୫୫୦କୁ ଡୁପ୍ଲିକେଟ୍ ଚାବି ମାଧ୍ୟମରେ ଖୋଲି ସଂପୃକ୍ତ ଚୋର ବାଇକ୍ ନେଇ ଫେରାର୍ ମାରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ବଲାଙ୍ଗିର ସହରରେ ବାଇକ୍ ଚୋରି ବଢ଼ୁଥିବା ବେଳେ ଏହି ଘଟଣା ପ୍ରତି ପୋଲିସ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
