
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ.ରାମପୁର ବନାଞ୍ଚଳର ମୋହନଗିରି ସେକ୍ସନ ବନପାଳ ବିଶ୍ୱଜିତ ଠାକୁରଙ୍କୁ ମୋହନଗିରି ଅଞ୍ଚଳର ବିଭିନ୍ନ ସାମାଜିକ, ଧାର୍ମିକ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ତରଫରୁ ଏକ ନିଆରା ଢଙ୍ଗରେ ରବିବାର ଦିନ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି । ବନପାଲ ଶ୍ରୀ ଠାକୁର ଉକ୍ତ ଅଞ୍ଚଳରେ ଆଠ ମାସ ଚାକିରି ସମୟରେ ବୃକ୍ଷ ରୋପଣ, ଜଙ୍ଗଲ ଓ ବନ୍ୟ ଜନ୍ତୁ ସୁରକ୍ଷା, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ସହ ବିଭିନ୍ନ ଧାର୍ମିକ, ସାମୂହିକ, କ୍ରୀଡା ଅନୁଷ୍ଠାନ ତଥା ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅଞ୍ଚଳର ଉନ୍ନତି ପାଇଁ ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଯାହାକୁ ଅଞ୍ଚଳବାସୀ ଭୂରି ପ୍ରଶଂସା କରିଥିଲେ । ଏଭଳି ସମ୍ବର୍ଦ୍ଧନା ସଭା କେବଳ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ହୋଇଥାଏ କିନ୍ତୁ ଲୋକଙ୍କ ମନରେ ଭଲ ଛାପା ଯେଉଁ ଅଫିସର୍ ଛାଡ଼ିଥାଏ । ତାଙ୍କ ପାଇଁ ଏମିତି ଦିନ କମ୍ ଦେଖିବାକୁ ମିଳିଥାଏ । କାର୍ଯ୍ୟକ୍ରମଟି ପ୍ରକୃତି ମିତ୍ର ତଥା ସମାଜସେବୀ ସୁକଦେବ ସାହୁଙ୍କ ନେତୃତ୍ୱ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧରୁଆ ଏବଂ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପୋଲିସ୍ ଅଧିକାରୀ ବୈଦ୍ୟ ନାରାୟଣ ଭୋଇ, ସିଙ୍ଗପୁର ସରପଞ୍ଚ ଉତ୍ସବ ପ୍ରଧାନ, ନୂତନ ବନ ପାଲ ଦାମୋଦର ସାହୁ, ମୁଖ୍ୟ ବକ୍ତା ଭାବେ ମୋହନଗିରି ସମିତି ସଭ୍ୟ ଗୋକୁଳ ନନ୍ଦ ବିଶ୍ଵାଳ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରାଜ୍ କୁମାର ସିଂହ ଦେଓ, ହେମନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଲକ୍ଷ୍ମୀକାନ୍ତ ବେହେରା କରିଥିବା ବେଳେ ସହଯୋଗ କରିଥିଲେ ଚୁମନ୍ ଭୋଇ । ପ୍ରଥମେ ପ୍ରକୃତି ପ୍ରେମୀ ତଥା ସମାଜ ସେବୀ ପ୍ରଦୀପ କୁମାର ସାହୁ ତାଙ୍କ ବକ୍ତବ୍ୟ ରଖିଥିବା ବେଳେ ଶ୍ରୀ ଠାକୁର ବନପାଳଙ୍କ କାର୍ଯ୍ୟ ଶୈଳୀ ଓ ସୁସମ୍ପର୍କ, ଉତ୍ତମ ବ୍ୟବହାର ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦାନକୁ ନେଇ ବୁଦ୍ଧିଜୀବୀ ମାନେ ବକ୍ତବ୍ୟ ରଖିଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ମଦନପୁର ବନପାଳ ସମ୍ପଦ କୁମାର ।
