csstore

ଗଞ୍ଜାମର ୬ ଜଣ ସାହିତ୍ୟ ଅନୁଷ୍ଠାନର ସମ୍ପାଦକଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ବିଶ୍ୱ ରେକର୍ଡ ପାଳନ ତଥା ରାଜ୍ୟସ୍ତରୀୟ ରଥ ପଥ ଜଗନ୍ନାଥ ସାହିତ୍ୟ ମହାସଭା – ୨୦୨୩ କାର୍ଯ୍ୟକ୍ରମ କଟକ ଚହଟେଶ୍ଵର ଶିବ ମନ୍ଦିରଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କବିତା ଆସର ସହ ସାରା ରାଜ୍ୟର ସାହିତ୍ୟ ଅନୁଷ୍ଠାନର ସମ୍ପାଦକମାନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ଗଞ୍ଜାମ ଜିଲ୍ଲାର ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ାର ସାଧାରଣ ସମ୍ପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର, ବାହୁଦା ସାହିତ୍ୟ ସଂସଦ, ଚିକିଟିର ସଂପାଦିକା ଶ୍ରୀମତୀ ସଂହିତା ମହାନ୍ତି, ଉପାନ୍ତ ସାହିତ୍ୟ ସାଂସ୍କୃତିକ ସେବା ସଂସଦ, ପାତ୍ରପୁରର ସମ୍ପାଦକ ମାଧବ ବାଡତ୍ୟା, ସ୍ରୋତସ୍ଵିନୀ ସାହିତ୍ୟ ସଂସଦ, ବ୍ରହ୍ମପୁରର ସଂପାଦିକା ଶ୍ରୀମତୀ ସୁଜାତା ଶତପଥୀ, ଇନ୍ଦ୍ରଧନୁ ସାହିତ୍ୟ ସଂସଦ, ବ୍ରହ୍ମପୁରର ସଂପାଦିକା ଶ୍ରୀମତୀ ଆର୍ ସୁନନ୍ଦା ଚୌଧୁରୀ, ରାଜାଧିରାଜ ଦେବରାଜ ସାହିତ୍ୟ ସଂସଦର ସଂପାଦିକା ଶ୍ରୀମତୀ ସୁଧାଞ୍ଜଳି ମିଶ୍ରଙ୍କୁ ମାନପତ୍ର ଓ ପଦକ ଦେଇ ସମ୍ମାନିତ କରାଯାଇଥିଲା । ସମ୍ପାଦକ/ସଂପାଦିକାମାନେ ସାହିତ୍ୟ ସଂଗଠନର ସୁଦୃଢ଼ୀକରଣ ପାଇଁ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ସଂଗ୍ରାମ ସାମନ୍ତରାୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୨୦୨୨-୨୦୨୩ରେ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ବିଶ୍ୱର ବିଭିନ୍ନ ଦେଶରୁ ୩୦ଟି ବିଶ୍ୱ ରେକର୍ଡ ଅଧିକାର କରିବାରେ ଏହା ଓଡ଼ିଶାର ପ୍ରଥମ ସାହିତ୍ୟ ଅନୁଷ୍ଠାନ ଅଟେ ବୋଲି ମତ ପ୍ରକାଶ ପାଇଛି ।

jayashree
Leave A Reply

Your email address will not be published.