ସାମ୍ବାଦିକ ଶଙ୍କର ରାଜୁଙ୍କ ପରଲୋକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଜିଲା ପେଷାଦାର ସାମ୍ବାଦିକ ସଙ୍ଘର ବରିଷ୍ଠ ସଦସ୍ୟ ତଥା ପାଟଣାଗଡ଼ ନିବାସୀ ଶଙ୍କର ରାଜୁ(୬୨)ଙ୍କ ବୁଧବାର ପରଲୋକ ହୋଇଯାଇଛି । ସେ ଗତ ସପ୍ତାହେ ଧରି ଅସୁସ୍ଥ ଥିଲେ । ଆଜି ସକାଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଅପରାହ୍ନ ପ୍ରାୟ ୨ ଟାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ତାଙ୍କ ବଡ଼ ପୁଅ ତପନ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତ ରାଜୁ ଗତ ୧୦ ବର୍ଷରୁ ଅଧିକ ସମୟ ଧରି ଜିଲା ପେଷାଦାର ସାମ୍ବାଦିକ ସଙ୍ଘ ସହିତ ଜଡିତ ଥିଲେ । କିଛି ବର୍ଷ ଧରି ତିନି ବର୍ଷ ପୂର୍ବରୁ ‘କୋଶଳ ପ୍ରବାହ’ରେ ମଧ୍ୟ ସେ ଖବରଦାତା ଭାବରେ କାମ କରିଥିଲେ । ତାଙ୍କ ଅକାଳ ବିୟୋଗରେ ସଂଘ ତରଫରୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରାଯାଇଛି । ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁ ଗଭୀର ଶୋକ ପ୍ରକାଶ କରିବା ସହ ସେ ଜଣେ ସ୍ୱଚ୍ଛ ତଥା ଅହଂକାରଶୂନ୍ୟ ବ୍ୟକ୍ତି ଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.