ବୃଦ୍ଧା ମାଆଙ୍କୁ ଗାଡ଼ିରେ ବସାଇ ଆଣି ଛକ ଉପରେ ଛାଡ଼ିଗଲା ପୁଅ : ପୁଅ ଅପେକ୍ଷରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାହିଁ ରହିଲେ ମା’

ବରଗଡ଼, (ନିରୋଜ କୁମାର ପାଣୀ) : ମାଆର ମମତା ଆଗରେ ସବୁକିଛି ତୁଚ୍ଛ ।ମାଆ ହି ଗୋଟେ ମଣିଷ, ଯିଏ କହିବା ଆଗରୁ ହୃଦୟର ସବୁକଥା ଜାଣି ପକାଏ ।କିଛି ଥାଉ କି ନ ଥାଉ ମାଆ କେବେହେଲେ ନିଜ ଜନ୍ମ କଲା ସନ୍ତାନକୁ ଅବହେଳା କରି ନଥାଏ । କିନ୍ତୁ କାହିଁକି ମାଆ ହେଉଛି ଆଜି ଅବହେଳାର ଶିକାର ? କାହିଁକି ଆଜି ସେହି ପିଲା ମାଆର ଦାୟିତ୍ୱ ନେବାକୁ ଅରାଜି ? କାହିଁକି ଏଠାରେ ଭାଗବଣ୍ଟା କରାଯାଉଛି ମାଆକୁ ? କାହିଁକି ନିଜ ଜନ୍ମ କଲା ପୁଅ ହତାଦର କରୁଛନ୍ତି ମାଆକୁ ? ଏପରି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଆଜି ବରଗଡ଼ ଜିଲ୍ଲା ଗୋଡ଼ଭୋଗା ଅଞ୍ଚଳରେ ।

‘ଚାଲ ମନ୍ଦିର ଯିବା’ କହି ବୃଦ୍ଧା ମାଆକୁ ବସରେ ଆଣି ଅଧାବାଟରେ ଛାଡି ଚାଲିଗଲା ପୁଅ । ଗୋଡ଼ଭୋଗା ବସ ଷ୍ଟାଣ୍ଡ ନିକଟରେ ପୁଅ ବାଟକୁ ଚାହିଁ ସକାଳରୁ ସନ୍ଧ୍ୟା ପର୍ୟ୍ୟନ୍ତ ଜଗି ରହିଲା ମାଆ । ପୁଅଟା ସିନା ମା’କୁ ଧୋକା ଦେଇ ଚାଲି ଯାଇଥିଲା, ହେଲେ ମାଆ ମନ ବା କିପରି ମାନିବ । ନିଜ ପୁଅ ଫେରି ଆସିବ ବୋଲି ଜିଦ ଧରିଥିଲା ବୃଦ୍ଧା ମାଆ । କିନ୍ତୁ ପୁଅ ଦେଖା ଦେଇନଥିଲା । ସତରେ ନିଜ ଜନ୍ମ କଲା ମାଆଙ୍କୁ ଏପରି ଅସହାୟ ଅବସ୍ଥାରେ ପରିଣତ ବୟସରେ ଏକାକୀ ଛାଡି ଚାଲିଯିବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ଆଜି ଏପରି ଗୋଟିଏ ଛାତି ଥରାଇ ଦେବା ଭଳି ସୂଚନା କୋଶଳ ସେନା ଅଭିନାଶ ଚନ୍ଦ୍ର ବିଶିଙ୍କ ଠୁ ଖବର ପାଇ ସଙ୍ଗେ ସଙ୍ଗେ ପହଞ୍ଚିଥିଲା ସଂକଳ୍ପ ପରିବାର । ବୃଦ୍ଧା ଜଣକ କିଛି ଶୁଣି ପାରୁ ନଥିବାରୁ ଠିକ ଭାବରେ ତାଙ୍କ ପରିଚୟ ମିଳି ପାରିନ ଥିଲା । ପରେ କାଳ ବିଳମ୍ବ ନକରି ସଂକଳ୍ପ ପରିବାର ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରି ପ୍ରଶାସନିକ ଅଧିକାରୀଙ୍କ ପରାମର୍ଶ ଅନୁଯାଇ ବୃଦ୍ଧା ମହିଳାଙ୍କୁ ସ୍ଥାନୀୟ ବୃଦ୍ଧାଶ୍ରମ ଚକରକେନ ସ୍ଥିତ ମାତୃଛାୟା ଠାରେ ଥଇଥାନ କରିଥିଲା । ସଂକଳ୍ପ ପରିବାର ତରଫରୁ ଜି.ରମେଶ, ନିଧାନ ଦନ୍ତା ଏସବୁ ସୂଚାରୁ ରୂପେ ତୁଳାଇ ଥିଲେ । ସଂକଳ୍ପ ପରିବାର ତରଫରୁ ଆପଣମାନଙ୍କୁ ଅନୁରୋଧ ବୃଦ୍ଧା ମାଆ ବିଷୟରେ ଯଦି କିଛି ପରିଚୟ ପାଇବେ ତାହେଲେ ସଂକଳ୍ପ ପରିବାର ବିକାଶ ଅଗ୍ରୱାଲଙ୍କ ଏହି ମୋ – 7008569150 ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.