ଇନ୍‌ପୁଟ୍‌ ସବସିଡି ପାଇବା ଦାବୀରେ ଜିଲ୍ଲା କୃଷି ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ପାଇକମାଲ ବ୍ଲକର ସମସ୍ତ ଚାଷୀ ଇନ୍‌ପୁଟ୍‌ ସବସିଡି ପାଇବା ଦାବୀରେ ବ୍ଲକ କୃଷି ଅଧିକାରୀଙ୍କ ଜରିଆରେ ଜିଲ୍ଲା କୃଷି ଅଧିକାରୀ ବରଗଡ଼ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଖରିଫ ଋତୁରେ ପାଗ ଅନୁକୂଳ ହୋଇ ଭଲ ବର୍ଷା ହେବା ଯୋଗୁଁ ଧାନ ଫସଲ ଭଲ ଆଦାୟ ହେଲେ ଆଶା ରଖିଥିଲେ ଚାଷୀ ମାନେ । କିନ୍ତୁ ଧାନ ଅମଳ ହେବାର ସମୟରେ ଅଦିନିଆ ଝଡବର୍ଷା ହେବା ଯୋଗୁଁ ଧାନଗଛ ଗୁଡିକ ତଳେ ଲୋଟି ଯାଇ ସଢି ଅଗାଡି ହୋଇ ଯାଇଛି । ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗି ଯାଇଛି । ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଅନ୍ୟ ପକ୍ଷରେ ରୋଗ ପୋକ ଲାଗି ଧାନ ଫସଲ ନଷ୍ଟ ହୋଇ ଯାଇଛି । ଏପରି ପରିପ୍ରେକ୍ଷୀରେ ଚାଷୀ ଋଣ, କରଜ କରି ଚାଷ କରିଥିବା ବେଳେ ଋଣ ସୁଝିବା ଅସମର୍ଥ ହେବାକୁ ବସିଲାଣି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ତଦନ୍ତ ପୂର୍ବକ କ୍ଷୟକ୍ଷତିର ପୂରଣ କରିବା ପାଇଁ ସାହାଯ୍ୟ କଲେ ଚାଷୀ କିଛିଟା ଉପକୃତ ହେବ । ପାଇକମାଲ ବ୍ଲକ ସମସ୍ତ ଚାଷୀ ଧାନକେଣ୍ତା ଧରି ପାଇକମାଲ ତହସିଲଦାରଙ୍କୁ ମଧ୍ୟ ଦାବୀ ପତ୍ର ଦେଇଥିଲେ । ସଂଗଠନ ସଭାପତି ବିଶ୍ବନାଥ ରଣା ଉପସ୍ଥିତ ଥିଲେ ।

Leave A Reply

Your email address will not be published.