ବବୁଲ୍‌ ଗଛରୁ ଯୁବକର ମୃତଦେହ ଉଦ୍ଧାର

ବୌଦ୍ଧ (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ଅନ୍ତର୍ଗତ ତାଲସରଡା ଗ୍ରାମ ପଞ୍ଚାୟତର ମାନେଶ୍ୱର ଗ୍ରାମର ଗୋଟିଏ ବବୁଲ୍‌ ଗଛରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଲୋକେ ମାନେଶ୍ୱର ଗୋଟିଏ ବବୁଲ୍‌ ଗଛରେ ଜଣେ ଯୁବକଙ୍କ ଶବ ରହିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଏ ସମ୍ପର୍କରେ ବକ୍ଷଉଁଶୁଣି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମୋଟମ ପାଇଁ ବୌଦ୍ଧ ଡାକ୍ତରଖାନା ପଠାଇଛି । ମୃତ ଯୁବକ ଜଣକ ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମ ପଞ୍ଚାୟତ କମଳପୁର ଗ୍ରାମର ଶ୍ରବଣ ଉର୍ମା(୧୮) ବୋଲି ଜଣାଯାଇଛି । ପାରିପାର୍ଶ୍ବିକ ଅବସ୍ଥାକୁ ଦେଖି ସ୍ଥାନୀୟ ଲୋକେ ଏହା ଏକ ହତ୍ୟାକାଣ୍ତ ହୋଇଥାଇପାରେ ବୋଲି ସନ୍ଦେହ କରୁଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.