ବରିଷ୍ଠ ସାମ୍ବାଦିକ ପ୍ରବୋଧ କୁମାର ବିଶୋଇଙ୍କ ହୃଦ୍‌ଘାତରେ ବିୟୋଗ

ଆଠମଲ୍ଲିକ, (କେପିଏନ୍‌ଏସ୍‌) : ଆଠମଲ୍ଲିକ ଅଞ୍ଚଳର ଦୈନିକ ଖବର କାଗଜ ସୂର୍ୟ୍ୟପ୍ରଭାର ବରିଷ୍ଠ ସାମ୍ବାଦିକ ପ୍ରବୋଧ କୁମାର ବିଶୋଇ (କୁନା) ୨୩ ତାରିଖ ବୁଧବାର ମଧ୍ୟାହ୍ନରେ ହୃଦ୍‌ଘାତରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ଗତକାଲି ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ହେଇଥିବା ଡାକ୍ତର ପ୍ରକାଶ କରିଥିଲେ । ସେ ଜଣେ ଉତ୍ତମ ସାମ୍ବାଦିକ, ସମାଜସେବୀ, ସରଳ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଆଠମଲ୍ଲିକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶେଷ ଦର୍ଶନ ନିମନ୍ତେ ଆଠମଲ୍ଲିକ ଅଞ୍ଚଳ ଜନସାଧାରଣଙ୍କ ତାଙ୍କ ବାସଭବନକୁ ସୁଅ ଛୁଟିଥିଲା । ଶେଷ ଦର୍ଶନରେ ଯାଇଥିବା ହିତକାଂକ୍ଷୀ ଓ ସାମ୍ବାଦିକମାନେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.