oom

ବଡଗମଡା ଗାଁରେ କ୍ରାନ୍ତିକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜୟନ୍ତୀ ସମାରୋହ

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତ ବଡଗମଡା ଗାଁର ଭୀମ ଭୋଇ ଛକଠାରେ ଆଜି ସନ୍ଥକବି ଭୀମ ଭୋଇ ଗ୍ରାମ ଉନ୍ନୟନ ସମିତି ପକ୍ଷରୁ ଆଜି କ୍ରାନ୍ତିକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ମୁଖ୍ୟବକ୍ତା ଭାବେ ଆଦିବାସୀ ସଂସ୍କୃତି ଗବେଷକ ଅଜିତ ଭୋଇ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ଉପେନ୍ଦ୍ର ମେହେର, ପୂର୍ବତନ ବେଲପଡା ସରପଞ୍ଚ ଅଞ୍ଜନା ମେହେର, ବେଲପଡା ସମିତି ସଭ୍ୟ ହର ମେହେର, କିଶୋର ବଘେଲ, ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ସଭାପତି ସୁରେଶ ଭୋଇ, ଶିକ୍ଷାବିତ୍‌ ବିଷ୍ଣୁ ପ୍ରସାଦ ସାହୁ, ସନ୍ତୋଷ ମେହେର, ସମାଜସେବୀ ମକରନ୍ଦ ପୋଢ଼, ଯୁବନେତା ଧନେଶ୍ୱର ମାଝୀ, ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ଉପସଭାପତି ଅଶୋକ ନାରାୟଣ ଭୋଇ, କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ସହ ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଆୟୋଜକ କମିଟିର ସଭାପତି ବୀର ଭୋଇ, ସମ୍ପାଦକ ପ୍ରେମାନନ୍ଦ ଛୁରା, କୋଷାଧ୍ୟକ୍ଷ ଡିଙ୍ଗର ଭୋଇ, କ୍ଷୀରସିନ୍ଧୁ ଭୋଇ, ଡିସେମ୍ବର ଭୋଇ, ଲଇବନ ଭୋଇ, ଗୋକୁଳ ଛୁରା, ସନ୍ତୋଷ ଭୋଇ, କୈଳାସ ଭୋଇ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.