ଗାନ୍ଧୀନଗରପଡ଼ାରେ ହଟେଲ ଭିତରେ ଫୁଟିଲା ଗୁଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଗାନ୍ଧୀନଗରପଡ଼ାସ୍ଥିତ ହୋଟେଲ ସୌମ୍ୟଠାରେ ଗୁଳି ଫୁଟିଥିବା ଜଣାପଡିଛି । କୌଣସି କଥାକୁ କେନ୍ଦ୍ର କରି କିଛି ଦୃବୁର୍ତ୍ତ ହୋଟେଲ ଭିତରେ ପଶି ଫାୟରିଂ କରିଛନ୍ତି । ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ହୋଟେଲ ସୌମ୍ୟଠାରେ ଡମ୍ବରୁ ବାଗ ବସିଥିଲେ । ଏହି ସମୟରେ ପ୍ରାୟ ୮/୯ ଜଣ ଦୃବୁର୍ତ୍ତ ହୋଟେଲ ଭିତରକୁ ପଶିଥିଲେ । ଡମ୍ବରୁଙ୍କ ସହିତ ଝଗଡ଼ା କରିବା ସହିତ ବନ୍ଧୁକ ବାହାର କରି ଗୁଳି ଫୁଟାଇଥିଲେ । ପରେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ପ୍ରକାଶ ଯେ, ହୋଟେଲ ସୌମ୍ୟର ମାଲିକ ମନୋଜ ବାଗ ଅଟନ୍ତି । ଏହି ଗୁଳିକାଣ୍ଡ କାହିଁକି ଘଟିଲା, କେଉଁ ମାନେ ଆସି ଗୁଳି ଫୁଟାଇଲେ ତାହା ଏବେ ପ୍ରଶ୍ନ ହୋଇ ଛିଡା ହୋଇଛି ।

Leave A Reply

Your email address will not be published.

four × 3 =