csstore

ପଡୋଶୀ ଧମକ ଦେଉଥିବା ଅଭିଯୋଗ ନେଇ ସଦର ଥାନାର ଦ୍ୱାରସ୍ଥ ହେଲେ ବୃଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଙ୍କ ଜାଗାରେ ଘର ତିଆରି କରି ଜୀବନରେ ମାରି ଦେବାକୁ ପଡୋଶୀ ଧମକ ଦେଉଥିବା ଭଳି ଏକ ଅଭିଯୋଗ ନେଇ ଜଣେ ବୃଦ୍ଧା ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବୃଦ୍ଧା ଜଣକ ହେଉଛନ୍ତି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ବୀରମୁଣ୍ଡା ଗ୍ରାମର ମଙ୍ଗୁଲୁ ଖର୍ସେଲଙ୍କ ପତ୍ନୀ ରାଏମତୀ ଖର୍ସେଲ(୬୦) । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପଡୋଶୀ ଦୁର୍ବାଦଳ ବାଗ ତାଙ୍କ ସୀମାର ଏକ ଫୁଟ୍‌ ଜାଗା ମାଡି ଘର ତିଆରି କରିଦେବା ପରେ ଏବେ ତାଙ୍କ ଘର ଆଡକୁ ପାଣି ଛାଡୁଛନ୍ତି ମନା କରିବାରୁ ତାଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ ସ୍ୱାମୀଙ୍କୁ ଜୀବନରେ ମାରିଦେବି ବୋଲି ଧମକ ଦେଉଛନ୍ତି । ତେବେ ଏହି ଅଭିଯୋଗ ଆସିବା ପରେ ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.