jayashree

ଉଦାହରଣ ଟ୍ରଷ୍ଟର ଚତୁର୍ଥ ସହିଦ ସମ୍ମାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସହିଦଙ୍କ ପ୍ରତି ସମର୍ପିତ ଥିବା ଉଦାହରଣ ଟ୍ରଷ୍ଟ ପକ୍ଷରୁ ଚତୁର୍ଥ ସହିଦ ସମ୍ମାନ ସମାରୋହ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରାକ୍ତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଶଙ୍କର ଜେନାଙ୍କ ଆବାହକତ୍ୱ, ଟ୍ରଷ୍ଟି ତଥା କୋଷାଧ୍ୟକ୍ଷ ରୋହିତ ମହାନନ୍ଦିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଶୁଭଶ୍ରୀ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି, ସମାଜସେବୀ କମଲ ଅଗ୍ରୱାଲ, ହର୍ଷ ଖେଦେଡିଆ, କୌଶିକ ସୁନ୍ୟାନୀ, ନିମୁ ଜୈନ, ଆଶା ତନ୍ତୀ, ତାରାଚାନ୍ଦ ପଟ୍ଟନାୟକ, ଅନୁଶ୍ରୀ ଦାସ, ସନ୍ଧ୍ୟା ଲାକ୍ରା, ସୁପ୍ରଭା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ପ୍ରକୃତରେ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଚଳିତ ବର୍ଷ ୬ଜଣ ସହିଦ ପରିବାରକୁ ସମ୍ମାନିତ କରାଯାଇଥିଲା । କଟକ ନିଆଳିର ସହିଦ ମନୋଜ କୁମାର ବେହେରା, ସୁନ୍ଦରଗଡର ସହିଦ ଅନିଲ ଏକ୍କା, ବରଗଡ଼ର ସହିଦ ନୀଳାଞ୍ଚଳ ପଟେଲ ଓ ସହିଦ ସଞ୍ଜୟ କୁମାର ବାଗ, କେନ୍ଦୁଝରର ସହିଦ ବ୍ରଜମୋହନ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେମାନଙ୍କ ପରିବାରକୁ ସମ୍ବର୍ଦ୍ଧିତ ସହ ଆର୍ଥିକ ସହାୟତା କରାଯାଇଥିଲା । ଏହି ଅବସରରେ ରାହୁଲ ଡ୍ୟାନ୍ସ ଏକାଡେମୀ ଓ ଦେବକୃପା ଡ଼୍ୟାନ୍ସ ଗୃପ ତରଫରୁ ଦେଶାତ୍ମବୋଧ ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ଓ ସ୍ମିତା ମିଶ୍ର ପ୍ରମୁଖ ଜାତୀୟ ସଂଗୀତ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ତନ୍ତୀ ସ୍ୱାଗତ ଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ, ଇଂ ବିମଳ ବିଶି, ଶଙ୍କର ଜେନା, ଡ. ହୃଷିକେଶ ନାଏକ, ଅସିମ କୁମାର ସାବତ, ରୋହିତ ମହାନନ୍ଦିଆ ପ୍ରମୁଖ ଅନୁଷ୍ଠାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ତନ୍ତୀଙ୍କ ବ୍ୟତୀତ ଇଂ ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, ଶଙ୍କର ଜେନା, ଡ. ହୃଷିକେଶ ନାୟକ, ଏ କେ ସାବତ, ରୋହିତ ମହାନନ୍ଦିଆ, ସଞ୍ଜୟ କୁମାର ପ୍ରଧାନ, କୁଞ୍ଜବିହାରୀ ରାଉତ, ଜିତେନ୍ଦ୍ର ତନ୍ତୀ, ଜଗନ୍ନାଥ ପାତ୍ର, ମଥୁରା ତନ୍ତୀ, ବିଶ୍ୱଜିତ ଜେନା, ସନ୍ତୋଷ ଗରଡିଆ, ଲିପିରାଣୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ରୋହିତ ମହାନନ୍ଦିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.