ସମାଜସେବୀ ବିମଳା ପଣ୍ଡାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଜଣାଶୁଣା ସମାଜସେବୀ ତଥା ସାମାଜିକ ଗଣ ମାଧ୍ୟମର ପ୍ରତିନିଧି ବିମଳା କାନ୍ତ ପଣ୍ଡାଙ୍କ ୫୫ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଗତ ମଧ୍ୟରାତ୍ରୀରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ପଣ୍ଡାଙ୍କ ହଠାତ୍ ଶରୀର ଅସୁସ୍ଥ ହେବାରୁ ତୁରନ୍ତ ଭବାନୀପାଟଣା ଓ ପରେ ବରଗଡ଼ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ସ୍ୱର୍ଗତ ପଣ୍ଡା ଜଣେ ସମାଜସେବୀ ଭାବରେ ଜଗନ୍ନାଥ ସେବା ସମିତି ଗଠନ କରି ଗରିବଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ପରେ ଜଣେ ସାମ୍ବାଦିକ ଭାବରେ ନିଜକୁ ନିୟୋଜିତ କରି ଅନ୍ୟମାନଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ । ଶୁକ୍ରବାର ଜୟପାଟଣା ବାସଭବନରେ ଶବ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଶତାଧିକ ଲୋକ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ପଣ୍ଡାଙ୍କ ଦୁଝିଆ ଥିବା ବେଳେ ବଡ଼ଭାଇ ବିରଜା କାନ୍ତ ପଣ୍ଡା ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ପଣ୍ଡାଙ୍କ ବିୟୋଗ ଅଞ୍ଚଳରେ ଏକ ଶୂନ୍ୟତା ସୃଷ୍ଟି କରିଛି ।

Leave A Reply

Your email address will not be published.

5 + seventeen =