ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଜଣେ ମୃତ

ଖଜୁରୀପଡ଼ା : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗୁଡ୍ରି ସାହିଠାରେ ଦୁର୍ଘଟଣା । ଏକ ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଖଜୁରୀପଡ଼ା ନୂଆସାହିର ଅଲେଖ ମଲ୍ଲିକ(୬୫ ) । ସୂଚନା ଅନୁଯାୟୀ, ଅଲେଖ ଗୁଡ୍ରି ସାହିରେ ଥିବା ସେୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଜରାଶ୍ରମରେ ରହୁଥିଲେ । ଶୁକ୍ରବାର ସେଠାରେ ବିଦ୍ୟୁତ୍ ସମସ୍ୟା ଯୋଗୁଁ ଟାଙ୍କିକୁ ପାଣି ଉଠିପାରି ନଥିଲା । ତେଣୁ ସେ ଗାଧୋଇବା ପାଇଁ ନିକଟସ୍ଥ ନାଳକୁ ଯାଇଥିଲେ । ରାସ୍ତା ପାର୍ ହେଉଥିବା ସମୟରେ ଖଜୁରୀପଡ଼ାରୁ ଫୁଲବାଣୀ ଆଡ଼କୁ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଅଲେଖଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଡ୍ରାଇଭର୍‌ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖଜୁରୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.

one × 5 =