ପାଟଣାଗଡ଼ରେ ସଂକଳ୍ପ ପତ୍ର ସହ ରିପୋର୍ଟ କାର୍ଡ ଜାରି କଲେ ସାଂସଦ ପ୍ରାର୍ଥୀ ସଂଗୀତା ଏବଂ ବିଧାୟକ ପ୍ରାର୍ଥୀ କନକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ପାଟଣାଗଡ଼ ଖମାରରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ସଂକଳ୍ପ ପତ୍ର ଓ ରିପୋର୍ଟ କାର୍ଡ ଜାରି କରିଛନ୍ତି ବିଜେପି ବଲାଙ୍ଗିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଏବଂ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ । ସାଂସଦ ପ୍ରାର୍ଥୀ ସଂଗୀତା କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାରେ କୃଷି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ଦିଗରେ ଆଗାମୀ ସମୟରେ ସେ ବିଶେଷ ଦୃଷ୍ଟି ଦେବା ସହ ଚାଷ ପାଇଁ ଇରିଗେସନ୍‌ ସୁବିଧା ଦିଗରେ ପଦକ୍ଷେପ ନେବେ । ଏଥିସହିତ ଦାଦନ ସମସ୍ୟା ପ୍ରତି ତାଙ୍କ ନଜର୍‌ ରହିବ । ଶିକ୍ଷା, ରୋଜଗାର, ଧାର୍ମିକ ପର୍ଯ୍ୟଟନ ସ୍ଥଳୀର ବିକାଶ ପ୍ରତି ଆଗାମୀ ସମୟରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ବିଗତ ଦିନରେ ରେଳ ବିଭାଗ ଦ୍ୱାରା ସେ ଅନେକ କାର୍ଯ୍ୟ କରିଥିବା ବେଳେ ଆଗାମୀ ସମୟରେ ଆହୁରି ଗୁଡ଼ାଏ କାମ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ସାଂସଦ ପ୍ରାର୍ଥିନୀ ସଂଗୀତା । ସେହିପରି ପାଟଣାଗଡ଼ ଏମ୍‌ଏଲ୍‌ଏ ପ୍ରାର୍ଥୀ କନକ ବର୍ଦ୍ଧନ ନିଜର ସଂକଳ୍ପ ପତ୍ରରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ସାମୁହିକ ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓଙ୍କ ସହ ତାଙ୍କ ସ୍ୱାମୀ କନକ ବର୍ଦ୍ଧନ, ତାଙ୍କ କନ୍ୟା, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏବଂ ଦିନେଶ ଶର୍ମା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 4 =