jsm

ବଲାଙ୍ଗିର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ ପ୍ରଦାନ କଲା ବଲାଙ୍ଗିର ଅଘରିଆ ସମାଜ ଟ୍ରଷ୍ଟ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଳା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ବଲାଙ୍ଗିର ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ମନରେ ସଂସ୍କାର ସହ ସାହିତ୍ୟ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁଙ୍କୁ ୩୧୪ ଖଣ୍ଡ ଲାଇବ୍ରେରୀ ବହି ପ୍ରଦାନ କରାଯାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ଅଘରିଆ ସମାଜ । ୨ଟି ବଡ଼ କୁଲର ପ୍ରଦାନ ପରେ ଟ୍ରଷ୍ଟର ଏହା ଦ୍ଵିତୀୟ କାର୍ଯ୍ୟକ୍ରମ । ଅନ୍ତେବାସୀ ଚାରିକାନ୍ଥ ଭିତରେ ସୀମିତ ନରହି ସମୟ ସମୟରେ ଗୀତା, ଭାଗବତ, ପୁରାଣ ସହ ବିଭିନ୍ନ କବିମାନଙ୍କ ସାହିତ୍ୟ କୃତୀ ସହ ଯୋଡ଼ିହୋଇ ସଂସ୍କାରୀ ହେବେ ବୋଲି ଆଶା ରଖି ଏଇ ପ୍ରୟାସ ରଖିଛନ୍ତି ସଭାପତି ଶୁଭ୍ରାଂଶୁ ଶେଖର ପଟେଲ । କବି ଜଗବନ୍ଧୁଙ୍କ ସ୍ଵ ଲିଖିତ ପୁସ୍ତକ ସହ କୃଷି ଓ କୃଷକ ପୁସ୍ତକ ପ୍ରଦାନ ସହ ପୁସ୍ତକ କମିଟି ସହ ସମ୍ପାଦକ ଭକ୍ତଚରଣ ନାଏକ ମହାଭାରତ ଓ ଅନ୍ୟାନ୍ୟ ପୁସ୍ତକ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ ମହାପୁରୁଷଙ୍କ ଜୀବନୀ ସମ୍ବନ୍ଧୀୟ କେତେକ ପୁସ୍ତକ ସଂଗ୍ରହ କରି ପ୍ରଦାନ କରିଥିଲେ । ବରିଷ୍ଠ ଉପଦେଷ୍ଟା ଦ୍ୱାରିକା ନାଥ ପଟେଲ ରାଜକୁମାର ପଟେଲ, ପୁସ୍ତକ କମିଟି ମୁଖ୍ୟ ସମ୍ପାଦକ ସନ୍ତୋଷ କୁମାର ରାଉତ, ଯୁବ ସମାଜସେବୀ ବିବେକାନନ୍ଦ ପଟେଲ କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇ ସମାଜର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।

yuvodaya
Leave A Reply

Your email address will not be published.