pakka

କାଇଁଚପୁର ୧୮ ପରିବାର ବାସନ୍ଦ ଘଟଣା ସମାଧାନ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ଗ୍ରାମର ୧୮ ପରିବାରଙ୍କୁ ବାସନ୍ଦ କରାଯାଇଥିବା ନେଇ ଗତ କିଛି ଦିନ ତଳେ ଏସପି ଅଫିସରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏସପି ବ୍ରିଜେଶ କୁମାର ରୟ ଘଟଣାର ତଦନ୍ତ ପାଇଁ ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମ ଥାନା ଆଇଆଇସି ସାହୁ ବାସନ୍ଦ ପରିବାର ଓ ଗ୍ରାମବାସୀଙ୍କୁ ନେଇ ଏକ ଆଲୋଚନା ସଭା କରିଥିଲେ । ସମସ୍ତ ମତଭେଦ ଭୁଲି ଗ୍ରାମରେ ଏକାଠି ରହିବାକୁ ଆଇଆଇସି ସାହୁ କହିବା ପରେ ଗ୍ରାମବାସୀ ମାନିଥିବା ଗଞ୍ଜାମ ଥାନା ଏସଆଇ ଅଜିତ କୁମାର ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବାସନ୍ଦ ପରିବାର ଏଣିକି ସମସ୍ତ ଭୋଜିଭାତରେ ଏକାଠି ହୋଇ ଗ୍ରାମବାସୀଙ୍କ ଚାଲିବାକୁ ମତ ପ୍ରକାଶ ପାଇଥିଲା । ଏବେ ସମ୍ପର୍କରେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ କୁଳ ମହାସଂଘ ସଭାପତି ସନା ବେହେରାଙ୍କୁ ପଚାରିବାରେ ରାଜନୈତିକ ଆକ୍ରୋଶରେ କିଛି ବ୍ୟକ୍ତି ଯେଉଁ ଅଭିଯୋଗ କରିଥିଲେ ତାହା ଭିତ୍ତିହୀନ ପ୍ରମାଣ ହୋଇଛି । ମୁଁ ଏହାକୁ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.

two × 5 =