pakka

ଜୁନ ୧୯ରେ ହେବାକୁ ଥିବା ୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

bbehera
  • ଭାରତ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡ ଆୟୋଜନ କରିବ
  • ଅଲିମ୍ପିକ ଶୈଳୀରେ ମଶାଲ ଦୌଡ ପ୍ରଥମ ଥର ପାଇଁ ଚେସ ଅଲମ୍ପିଆଡରେ ଆରମ୍ଭ ହେବ
  • ଭବିଷ୍ୟତରେ ଚେସ ଅଲିମ୍ପିଆଡର ମଶାଲ ଦୌଡ ଭାରତରୁ ହିଁ ଆରମ୍ଭ ହେବ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୯, ସନ୍ଧ୍ୟା ୫ଟା ବେଳେ ଇନ୍ଦିରା ଗାନ୍ଧି ଷ୍ଟାଡିୟମ, ନୂଆଦିଲ୍ଲୀ ଠାରେ ୪୪ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଦୌଡ ଶୁଭାରମ୍ଭ କରିବେ । ଏହି ଅବସରରେ ଆୟୋଜିତ ସଭାରେ ସେ ଉଦବୋଧନ ଦେବେ । ଆନ୍ତର୍ଜାତିକ ଚେସ ସଙ୍ଘ, ଫିଡେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅଲିମ୍ପିକ ପରମ୍ପରାର ଅଂଶ ଭାବେ ଚେସ ଅଲିମ୍ପିଆଡ ମଶାଲ ଦୌଡ ଆରମ୍ଭ କରିଛନ୍ତି । ପ୍ରଥମ ଦେଶ ଭାବରେ ଭାରତ ଚେସ ଅଲିମ୍ପିଆଡ ମଶାଲ ଦୌଡ ଆୟୋଜନ କରୁଛି । ଉଲ୍ଲେଖଯୋଗ୍ୟ, ଭାରତର ଚେସ ପରମ୍ପରାକୁ ଆଗେଇ ନେବା ପାଇଁ ଚେସ ଅଲିମ୍ପିଆଡ ମଶାଲ ଦୌଡ ସଦାବେଳେ ଭାରତରୁ ହିଁ ଆରମ୍ଭ ହେବ ଓ ବିଭିନ୍ନ ମହାଦେଶ ଭ୍ରମଣ କରି ଆୟୋଜକ ଦେଶରେ ପହଞ୍ଚିବ ।
ଫିଡେ ସଭାପତି ଆରକଡି ଦ୍ରୋକୋଭିଚ ପ୍ରଧାନମନ୍ତ୍ରୀଙ୍କୁ ମଶାଲ ହସ୍ତାନ୍ତର କଲାପରେ ସେ ଏହି ମଶାଲ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ହସ୍ତାନ୍ତର କରିବେ । ଚେନ୍ନାଇ ନିକଟସ୍ଥ ମହାବଳୀପୁରମ ଠାରେ ଏହି ଦୌଡର ଶେଷ ପର୍ୟ୍ୟାୟରେ ପହଞ୍ଚିବା ପୂର୍ବରୁ ଏହି ମଶାଲ ୪୦ ଦିନରେ ୭୫ ସହର ଅତିକ୍ରମ କରିବ । ପ୍ରତ୍ୟେକ ସ୍ଥାନରେ ସେହି ରାଜ୍ୟର ଚେସ ଗ୍ରାଣ୍ଡମାଷ୍ଟର ମଶାଲକୁ ସ୍ୱାଗତ କରିବେ ।
୪୪ତମ ଚେସ ଅଲିମ୍ପିଆଡ ଜୁଲାଇ ୨୮ରୁ ଅଗଷ୍ଟ ୧୦, ୨୦୨୨ ପର୍ୟ୍ୟନ୍ତ ଚେନ୍ନାଇ ଠାରେ ଆୟୋଜିତ ହେବ । ୧୯୨୭ରୁ ଆୟୋଜିତ ହେଉଥିବା ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଓ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି । ୧୮୯ ଦେଶର ଭାଗିଦାରୀ ସହ ଏହା ସବୁଠାରୁ ବଡ ଚେସ ଅଲିମ୍ପିଆଡ ହେବାକୁ ଯାଉଛି ।

jay balangir
Leave A Reply

Your email address will not be published.

seventeen − 2 =