pakka

ଚଙ୍ଗରିଆ ପାଞ୍ଚଛକରେ କୋଶଲ ମୁକ୍ତି ମୋର୍ଚ୍ଚାର ରାଜ୍ୟସ୍ତରୀୟ ସମାବେଶ

bbehera
  • ଅଲଗା କୋଶଲ ରାଜ୍ୟ ଗଠନ ଦାବୀରେ ବିଧାନସଭା ଓ ଲୋକସଭା ଘେରାଉ କରିବା ନିଷ୍ପତ୍ତି

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପାଟଣେଶ୍ୱରୀ କଲେଜ ନିକଟସ୍ଥ ପାଞ୍ଚ ଛକ ଠାରେ କୋଶଲ ମୁକ୍ତି ମୋର୍ଚ୍ଚା ଆହ୍ୱାନ କ୍ରମେ ଚଙ୍ଗରିଆ ପଞ୍ଚାୟତ ସରପଞ୍ଚ ସୁଶୀଲ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ସଭକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମା ପାଟଣେଶ୍ୱରୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ, ଦୀପ ପ୍ରଜ୍ବଳନ କରି ଶୁଭ ଉଦ୍‌ଘାଟନ କରାଯାଇଥିଲା । ପରେ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚାସୀନ କରି ପୁଷ୍ପମାଲ୍ୟ ସହ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବଲା । ବିଗତ ଦିନରେ କୋଶଳାଞ୍ଚଳକୁ ରାଜ୍ୟ ସରକାରଙ୍କ ଅବହେଳା ତଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ କରିଥିବା ପ୍ରତିବାଦରେ କଳାହାଣ୍ଡିଠାରୁ ବରଗଡ଼ ଓ ନୂଆପଡାଠାରୁ ସୁନ୍ଦରଗଡକୁ ପଦଯାତ୍ରା କରିଥିବା କୋଶଲ ସଂଗ୍ରାମୀମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ କୋଶଳାଞ୍ଚଳକୁ ଓଡିଶା ସରକାର ଜାଣିଶୁଣି ଅବହେଳା କରିଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଗଲା । କୋଶଳାଞ୍ଚଳରେ ଆର୍ଥିକ ଉତ୍ସ ଭରିଥିଲେ ସୁଦ୍ଧା କେବଳ ରାଜସ୍ୱ ନେଇ ଆମ ଅଞ୍ଚଳକୁ ପ୍ରତ୍ୟହ ଅବହେଳା କରିଆସୁଛି ରାଜ୍ୟ ସରକାର । ସବୁ ପ୍ରକାର ଭିତ୍ତିଭୂମି ଥିଲେ ସୁଦ୍ଧା ଅବହେଳା ପରେ ଅବହେଳା, ଅତ୍ୟାଚାର ପରେ ଅତ୍ୟାଚାର କରୁଛି ରାଜ୍ୟ ସରକାର । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, କୃଷି, ପାନୀୟ ଜଳ ,ଦାଦନ ସମସ୍ୟା, ମରୁଡି ସମସ୍ୟା, ବେକାରୀ ସମସ୍ୟା, ପର୍ୟ୍ୟଟନ ବିକାଶ ରେ ବାଧା ସମସ୍ୟା ପରମ୍ପରା ହୋଇଗଲାଣି । କେନ୍ଦୁପତ୍ର, ମଦଭାଟି, ଖଣି ଖାଦାନ, ପାଣି ଓ ଅନ୍ୟାନ୍ୟ ଉତ୍ସରୁ ହଜାର ହଜାର କୋଟି ରାଜସ୍ୱ ନେଇ ସର୍ବସ୍ୱହା କରିଦେଲେଣି ରାଜ୍ୟ ସରକାର ବୋଲି ମତ ପ୍ରକାଶ ପାଇଥିଲା । ଏଣୁ ସବୁ ସମସ୍ୟାର ସମାଧାନ କରିବାକୁ ହେଲେ ତୃଣ ମୂଳ ସ୍ତରରୁ ପ୍ରତ୍ୟେକ ଗ୍ରାମ କମିଟି, ପଞ୍ଚାୟତ କମିଟି, ବ୍ଲକ କମିଟି ଗଠନ କରି ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ କରାଯାଇଥିଲା । ସର୍ବୋପରି କୋଶଳାଞ୍ଚଳର ସବୁ ସମସ୍ୟାର ଗୋଟିଏ ବିକଳ୍ପ କେବଳ ଅଲଗା କୋଶଲ ରାଜ୍ୟ ଏହି ବାର୍ତ୍ତାକୁ ପ୍ରତ୍ୟେକ ପରିବାରକୁ ପହଞ୍ଚାଇବା ପାଇଁ ଆହ୍ୱାନ କରାଗଲା । ସରକାରକୁ ମଜବୁର କରିବାକୁ ଆଗାମୀ ଦିନରେ ବିଧାନସଭା ଏବଂ ସଂସଦ ଭବନ ଘେରାଓ କରିବାକୁ ନିଷ୍ପତ୍ତି ନିଆଗଲା । କେ.ଏମ.ଏମ.କୁ ପରିଚାଳନା କରିବା ପାଇଁ ଆଠ ଜଣିଆ ଅସ୍ଥାୟୀ ଆବାହକ ମଣ୍ଡଳୀ ଗଠନ କରାଗଲା ଏଥିରେ ନାରୀନେତ୍ରୀ ଶ୍ରୀମତୀ ଲକ୍ଷ୍ମୀ ଶବର, ଆଦିବାସୀ ନେତା ଗିରିରାଜ ଭୋଇ, ଯୁବ ସମାଜ ସେବୀ ସିପୁନ ଖମାରୀ, ଧୁମାଭଟା ସରପଞ୍ଚ ବନମାଳୀ ନାଏକ, ଚଙ୍ଗରିଆ ସରପଞ୍ଚ ସୁଶୀଲ ଗୁରୁ, ଆଇନଜୀବୀ ସୁବାସ ଆଚାର୍ୟ୍ୟ, ଡିଙ୍ଗର କୁମ୍ଭାର ଓ କାଶୀନାଥ ମେହେରଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ବାଘମୁଣ୍ଡ ସରପଞ୍ଚ ଦେବାଶିଷ ସାହୁ, ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, ଧୁମାଭଟା ସମିତି ସଭ୍ୟ ଲଳିତ କୁମାର ମଲ୍ଲିକ, ବେଳପଡା ବ୍ଲକ ସଭାପତି ଜନାର୍ଦନ ସିଂ, ଜିତୁ ନାଏକ, ଜଗନ୍ ମେହେର, ଧରମ ସିଂ ଧରୁଆ, ଲାଲଚନ ବଗର୍ତ୍ତି, ସରୋଜ ସାହୁ, ଧର୍ମରାଜ ବରିହା, ରଞ୍ଜନ ସାହୁ, ରଞ୍ଜିତ ସାହୁ, ଅଜିତ ସାହୁ, ତୁଷ ବୁଡେକ, ପିଣ୍ଟୁ ବୁଡେକ, ଚୈତନ ବାଗ ସହ ଶତାଧିକ କୋଶଲ ସଂଗ୍ରାମୀ ଉପସ୍ଥିତ ଥିବାବେଳେ ରାମ ବୁଡେକ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

seventeen − 14 =