pakka

ଯାଦବ ଭବନଠାରେ ଶ୍ରମିକ ଦିବସ ଉପଲକ୍ଷେ ସାଧାରଣ ସଭା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମଇ ୧ ତାରିଖ । ଏହି ଦିନକୁ ସାରା ବିଶ୍ୱରେ ଶ୍ରମିକ ଦିବସ ହିସାବରେ ପାଳନ କରାଯାଏ । ତେବେ ଆଜି ଏହି ଅବସରରେ ବଲାଙ୍ଗିର ରାଜ ମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ତରଫରୁ ସଂଘର ସଭାପତି ଶମ୍ଭୁ ନାଗଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇ ଶ୍ରମିକ ମାନେ ହେଉଛନ୍ତି ଆମ୍ଭ ମାନଙ୍କର ମେରୁଦଣ୍ଡ । ଶ୍ରମିକ ବିନା କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ତେଣୁ ଶ୍ରମିକମାନଙ୍କର ଯାହା ବି ଅସୁବିଧା ଅଛି ଯାଥା ଶୀଘ୍ର ପୂରଣ ହେବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ନିଜ ବକ୍ତବ୍ୟରେ କହିଛନ୍ତି । ଏହି ସଭାରେ ସମ୍ମାନିତ ଅତିଥି ଭାବେ ବିଙ୍ଗ ହ୍ୟୁମେନ ଫାଉଣ୍ଡେସନର ସଭାପତି ତଥା ଯୁବ ସମାଜସେବୀ ସୋମନାଥ ମିଶ୍ର ଯୋଗ ଦେଇଥିବା ବେଳେ ଜିଲ୍ଲାର ଅନେକ ଶ୍ରମିକମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

3 × 5 =