pakka

ପଦ୍ମପୁରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ତାଲୁକ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପଦ୍ମପୁର ସିଭିଲ୍ କୋଟ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହେବା ସହ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲା ବିଚାରପତି ତଥା ତାଲୁକ ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଅରବିନ୍ଦ ରଥ, ଆନ୍ତର୍ଜାତିକ ମହିଳା ଦିବସ ପାଳନର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ୧୯୨୩ରୁ ପାଳନ କରାଯାଉଥିବା ଏହି ଦିବସର ମୂଳ ଉଦ୍ଦେଶ୍ୟ ଶ୍ରମିକମାନଙ୍କ ସଫଳତାର ଜୟଗାନ ସହ ସେମାନଙ୍କୁ ନ୍ୟାଯ୍ୟ ଅଧିକାର ଦେବା ଓ ସଶକ୍ତ କରିବା । ଶ୍ରମିକ ମାନେ ସେମାନଙ୍କ ଅଧିକାର ସାବ୍ୟସ୍ତ କଲେ ଓ ସୁରକ୍ଷିତ ଜୀବନ ଯାପନ କଲେ ସଶକ୍ତ ଓଡ଼ିଶା ଗଠନ ସମ୍ଭବ ବୋଲି ସେ ମତପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବରେ ପଦ୍ମପୁର ବରିଷ୍ଠ ଦେୱାନୀ ବିଚାରପତି ଅଭିନନ୍ଦିତା ପଣ୍ଡା ଯୋଗଦେଇ କହିଥିଲେ ଯେ ଶ୍ରମିକମାନଙ୍କର ସୁରକ୍ଷା ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ନାନା ଆଇନ ମାନ ପ୍ରଣୟନ କରାଯାଇଛି । ସଚେତନତା ଅଭାବରୁ ଅନେକ ଯୁଗପୋଯୋଗୀ ଆଇନର ଲାଭ ଶ୍ରମିକ ମାନେ ଉଠାଇବାରେ ବିଫଳ ହେଉଛନ୍ତି । ସମାଜରେ ଦିନକୁ ଦିନ ବଢି ଚାଲିଥିବା ଶ୍ରମିକମାନେ ଅତ୍ୟାଚାର ଓ ଜଘନ୍ୟ ଅପରାଧକୁ ବିଷୟରେ ଚିନ୍ତାପ୍ରକଟ କରି ସେ କହିଥିଲେ ଯେ, ଶ୍ରମିକମାନେ ନିଜକୁ ଦୁର୍ବଳ ମନେ ନ କରି ନିଜର ଅଧିକାର ପାଇଁ ଲଢେଇ କରିବା ଆବଶ୍ୟକ । ପଦ୍ମପୁର ଓକିଲ ସଂଘର ବରିଷ୍ଠ ଓ ଯୁବ ଆଇନଜୀବୀ ବିଭିନ୍ନ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଉପସ୍ଥିତ ଜନତାକୁ ସଚେତନ କରାଇଥିଲେ । ଉକ୍ତ ଶିବିରରେ ଶତାଧିକ ଜନତା ଉପସ୍ଥିତ ଥିଲେ । ପାରାଲିଗାଲ ସ୍ଵେଚ୍ଛାସେବୀ ଗଣ ଉପସ୍ଥିତ ରହି ସଭାକାର୍ଯ୍ୟରେ ସହଯୋଗ କରିଥିଲେ । ପରିଶେଷରେ ପଦ୍ମପୁର ଉପଖଣ୍ଡୀୟ ତଥା ଦେୱାନୀ ବିଚାରପତି ପ୍ରଜ୍ଞା ଲଲିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହିପରି ସଚେତନତା ଶିବିର ଫଳରେ ଲୋକମାନଙ୍କ ମଧ୍ୟରେ ଆଇନ ପ୍ରତି ସଚେତନତା ବୃଦ୍ଧି ପାଇବ ବୋଲି ପଦ୍ମପୁର ସହରରେ ଆଲୋଚନା ହେଉଛି । ଗୌତିଆ ସାହୁ, ଅଜିତ କୁମାର ସତପଥୀ, ଉମେଶ ସାହୁ, ସୁନିଲ ପାନିଗ୍ରାହୀ, ପି.ଆର. ଅଗ୍ରୱାଲ ଓ ଆଇନଜୀବୀମାନେ ଉପସ୍ଥିତ ଥିଲେ । ତାଲୁକ ଆଇନ ସେବା ପ୍ରାଧିକରଣର ପାରାଲିଗାଲ ସ୍ଵେଚ୍ଛାସେବୀ ଗଣଙ୍କ ସହଯୋଗରେ ଆଜି ସକାଳ ୦୭.୦୦ ଟା ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ପ୍ରଭାତ ପରିକ୍ରମା କରାଯାଇଥିଲା ।

jay balangir
Leave A Reply

Your email address will not be published.

3 × 1 =