ସଇତାନ ପ୍ରେମିକକୁ ଜେଲ ହାଜତକୁ ପଠାଇଲା ଲାଠୋର ପୋଲିସ

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରେମିକା, ତାଙ୍କ ମା’ ଓ ଛୋଟ ଭାଇଙ୍କୁ ଜାଳି ମାରି ଦେବାକୁ ଉଦ୍ୟମ କରିଥିବା ସଇତାନ ପ୍ରେମିକଙ୍କୁ ଆଜି ଜେଲ ହାଜତକୁ ପଠାଇଛି ଲାଠୋର ପୋଲିସ । ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା । ଗତକାଲି ଦିନ ୧ଟା ସମୟରେ ଲାଠୋର ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବିକୃତ ପ୍ରେମିକ ସ୍ୱସ୍ତିକ ଦାସ ସିଏଚ୍‌ଓ ଭାବେ ମାଲପଡାରେ କାର୍ଯ୍ୟ କରୁଥିବା ତାଙ୍କ ପ୍ରେମିକାଙ୍କୁ ଏବଂ ପ୍ରେମିକାଙ୍କ ମା’ ଓ ଭାଇଙ୍କୁ ପେଟ୍ରୋଲ ଭଳି କିଛି ଜ୍ୱଳନଶୀଳ ପଦାର୍ଥ ଛାଟି ନିଆଁ ଲଗାଇ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ । ତେବେ ଆଖପାଖ ଲୋକେ ତାଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିଲେ । ତୁରନ୍ତ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପୀଡିତ ପୀଡିତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଥିଲା । ଅନ୍ୟପଟେ ସଇତାନ ପ୍ରେମିକ ସ୍ୱସ୍ତିକ ନିଆଁ ଲଗାଇବା ସମୟରେ ନିଜେ ମଧ୍ୟ ଆହତ ହୋଇ ପଡିଥିବାରୁ ତାଙ୍କୁ ମଧ୍ୟ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ଲାଠୋର ପୋଲିସ । ଅଭିଯୁକ୍ତ ଜଣକ ଡାକ୍ତରଖାନାରୁ ଡିସ୍‌ଚାର୍ଜ୍‌ ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଯାଇଥିବା ଏସ୍‌ଡିପିଓ ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

5 + twelve =