om academy

ଶିଶୁ ଦିବସ ଉପଲକ୍ଷେ ମା’ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଆନୁକୂଲ୍ୟରେ ଅନୁଷ୍ଠାନର ୨୦ତମ କବିତା ଆସର ଅନୁଷ୍ଠିତ

jsm

ସମ୍ବଲପୁର, (କେପିଏନ୍‌ଏସ୍‌) : ମା’ଘଣ୍ଟେଶ୍ୱରୀ ସାହିତ୍ୟ ଘର ଚିପିଲିମା ଆନୁକୂଲ୍ୟରେ ଅନୁଷ୍ଠାନର ୨୦ତମ କବିତା ଆସର ଶିଶୁ ଦିବସ ଉପଲକ୍ଷେ ଅନ୍‌ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ପାଞ୍ଚଜଣ କବି ତାଙ୍କର ସ୍ୱରଚିତ କବିତାମାନ ପଠନ କରିଥିଲେ । ବଲାଙ୍ଗିରରୁ ରମେଶଚନ୍ଦ୍ର ଷାଣ୍ଢ, ନୂଆପଡ଼ାରୁ ଲିଙ୍ଗରାଜ ପୁଞ୍ଜି ଓ କ୍ଷୀରବତି ବାଘେଲ, ବରଗଡ଼ରୁ ସତ୍ୟଭୂଷଣ ସାହୁ ତଥା ସୁବର୍ଣ୍ଣପୁରରୁ ଆକାଶ ସାହୁ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ତରଣିସେନ ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ଘଣ୍ଟି ସାହିତ୍ୟ ଘରର ସଦସ୍ୟା ସଙ୍ଗୀତା ମୋହନ ଗହୀର ସାହିତ୍ୟ ଆସରର ସଂଯୋଜନା କରିଥିଲେ । ନ୍ୟାସନାଲ ମହାବିଦ୍ୟାଳୟ ନୂଆପଡାର ଓଡିଆ ବିଭାଗର ମୁଖ୍ୟ ଶିବ ପ୍ରସାଦ ସା’ ଆଲୋଚକ ଭାବେ ଯୋଗ ଦେଇଥିଲେ । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆଶିଷ ସାହୁ, ଚନ୍ଦନ ସାହୁ, ବାଳମୁକୁନ୍ଦ ନିଆଲ, ବାୟୁ ଶ୍ରୀବାଗ, ଚନ୍ଦନାମଞ୍ଜରୀ ତ୍ରିପାଠୀ, ଇତିଶ୍ରୀ ମିଶ୍ର, ଲକ୍ଷ୍ମଣ ମାଝି, ରମାକାନ୍ତ ସିଂ ସାହାଣୀ, ରଞ୍ଜନ ସାଗର, ସନ୍ତୋଷୀନି ବାଗ, ସୁଜାତା ନାଏକ, ସୁରେଶ କୁମାର ସାହୁ, ଟୁପେସ ତ୍ରିପାଠୀ, ପିଙ୍କୁ ରନବିଡା, ପ୍ରୀତିନନ୍ଦା ପାଣିଗ୍ରାହୀ, ସୁଶୀଳ କୁମାର ମାଝୀ ଇତ୍ୟାଦି କାର୍ଯ୍ୟକ୍ରମରେ ଯୋଗଦାନ କରି ସଭାକୁ ସଫଳ ମଣ୍ଡିତ କରିଥିଲେ । ଆସରର ଯାନ୍ତ୍ରୀକ ପରିଚାଳକ ଥିଲେ ଘଣ୍ଟି ସାହିତ୍ୟ ଘର ଚିପିଲିମାର ପ୍ରତିଷ୍ଠାତା ସଭ୍ୟ ସୁଧାଂଶୁ ଭୂଷଣ ଷଣ୍ଢ । ଶେଷରେ ସଂପାଦକ ତରଣିସେନ୍ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଆସର ସମାପ୍ତି ଘୋଷଣା କରିଥିଲେ ।

Leave A Reply

Your email address will not be published.